୨୨ ଲକ୍ଷ ଟଙ୍କାରେ ନିଲାମ ହେଲା ୩୧ କ୍ବିଣ୍ଟାଲର ଆଜ୍ଞା ଲଡୁ
ଅନୁଗୁଳ: ୨୨ ଲକ୍ଷରୁ ଅଧିକ ଟଙ୍କାରେ ନିଲାମ ହେଲା ତାଳଚେର ଗଣେଶ ପୂଜା ଆଜ୍ଞା ଲଡ଼ୁ। ଏହି ଆଜ୍ଞା ଲଡୁକୁ ନିଲାମ ନେଲେ ଲାଲବାଗ ରାଜା ପୂଜା କମିଟି । ସମୁଦାୟ ୨୨ ଲକ୍ଷ ୨୨ ହଜାର ୨୨୨ ଟଙ୍କାର ଏହି ଲଡ଼ୁ ନିଲାମ ହୋଇଛି। ୩୧ କ୍ବିଣ୍ଟାଲର ଓଜନର ଏହି ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ ଲଡ଼ୁକୁ ୪୦ ଜଣ କାରିଗର ଦୁଇଦିନରେ ତିଆରି କରିଥିଲେ।
ସୂଚନାଥାଉକି, ଗୁରୁବାର ତାଳଚେର ଗଣେଶ ପୂଜାର ଲଡୁ ନିଲାମ କାର୍ୟ୍ୟକ୍ରମ ହୋଇଥିଲା । କେନ୍ଦ୍ରୀୟ ପୂଜା କମିଟି ସର୍ବ ସମ୍ମୁଖରେ ଲଡୁ ନିଲାମ କରିଥିଲେ। ଗଜାନନଙ୍କ ଆଜ୍ଞା ଲଡୁ ନିଲାମରେ ବିଭିନ୍ନ ପୂଜା କମିଟି ଏବଂ ସର୍ବସାଧାରଣ ଲୋକେ ଭାଗ ନେଇଥିଲେ।
ତାଳଚେର ଚିତ୍ରକୁଟ ବଜାରର ବିଘ୍ନେଶ୍ଵର ଗଣେଶଙ୍କ ପାଖରେ ଲଡୁ ପୂଜାର୍ଚ୍ଚନା ପରେ ଏକ ବିରାଟ ପଟୁଆର ବଡ଼ଦାଣ୍ଡକୁ ଆସିଥିଲା। ଉଲ୍ଲେଖଯୋଗ୍ୟ, ଆସନ୍ତାକାଲି ତାଳଚେର ପ୍ରସିଦ୍ଧ ଗଜାନନଙ୍କ ଭସାଣି କାର୍ୟ୍ୟକ୍ରମ ହେବ।
Powered by Froala Editor