ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୨ ମୃତ

କୁଜଙ୍ଗ: ବାଇକ୍କୁ ଧକ୍କା ଦେଲା ଟ୍ରକ୍। ଗୁରୁବାର ଭୋର୍ ସମୟରେ କୁଜଙ୍ଗ ଥାନା ଅନ୍ତର୍ଗତ କଟକ ପାରାଦୀପ ରାସ୍ତା ୧୫ ନମ୍ବର ଜାତୀୟ ରାଜପଥ ଠାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଛନ୍ଦା ରୋମିତ୍ ଗ୍ରାମର ପିତନ୍ ପାଲ ଅନ୍ୟ ଜଣେ ପାଟୁଲିପଙ୍କ ଗ୍ରାମର ପ୍ରଭାକର ଭୋଳ।
ସୂଚନା ମୁତାବକ, ଗୁରୁବାର ସକାଳ ୭ ଟାରେ ଏକ ବାଇକରେ ପିତନ ଓ ସହଯୋଗୀ ପ୍ରଭାକର ପୁରୀରୁ ଫେରି କଟକ ପାରାଦୀପ ରାସ୍ତାରେ ଘରକୁ ଯାଉଥିଲେ। ଏତିକି ବେଳେ ୧୫ ନମ୍ବର ଜାତୀୟ ରାଜପଥ ଠାରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ବାଇକକୁ ଧକ୍କା ଦେଇଥିଲା। ଫଳରେ ଉଭୟ ବାଇକରୁ ତଳେ ପଡ଼ିଯାଇଥିଲେ। ସୂଚନା ପାଇ ଦୁର୍ଘଟଣାସ୍ଥଳରେ କୁଜଙ୍ଗ ପୋଲିସ ଓ ଦେବଦୁତ୍ତ ବାହିନୀ ପହଞ୍ଚି ଉଭୟଙ୍କୁ କୁଜଙ୍ଗ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ପ୍ରଭାକର ଓ ପୀତନଙ୍କୁ ମୃତ ଘୋଷଣା କରିଥିଲେ।
Powered by Froala Editor