ସୁନ୍ଦରଗଡ଼ରେ ପୁଣି ୧୩ ସ୍କ୍ରବ ଟାଇଫସ୍ ପଜିଟିଭ୍ ଚିହ୍ନଟ
ସୁନ୍ଦରଗଡ଼: ଭୟ ବଢାଉଛି ସ୍କ୍ରବ୍ ଟାଇଫସ୍। ସୁନ୍ଦରଗଡ଼ ଜିଲ୍ଲାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ଜିଲ୍ଲାରେ ୧୩ ଜଣ ସ୍କ୍ରବ ଟାଇଫସ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ପଜିଟିଭ ସଂଖ୍ୟା ୨୬୩ରେ ପହଞ୍ଚିଛି।
ସୂଚନାନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ୬୯ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିଲା। ସେଥିରୁ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମେଡିକାଲ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଁ ଗାଁରେ ସଚେତନତା କାର୍ୟ୍ୟକ୍ରମ ଆରମ୍ଭ କରାଯାଇଛି। ଡାକବାଜି ଓ ପାଲା ମାଧ୍ୟମରେ ସଚେତନା କାର୍ୟ୍ୟକ୍ରମ ଜାରି ରହିଛି। ଏନେଇ ଜିଲ୍ଲା ମୁଖ୍ୟ ଚକିତ୍ସା ଅଧିକାରୀ ଧରଣୀ ରଞ୍ଜନ ଶତପଥୀ ସୂଚନା ଦେଇଛନ୍ତି।
Powered by Froala Editor