ଝିଅ ଦେବୀ ବିଷୟରେ କହି ଭାବୁକ ହେଲେ ବିପାଶା
୪୩ବର୍ଷ ବୟସରେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ ବିପାଶା ବସୁ । ଝିଅର ନାମ ରଖିଥିଲେ ଦେବୀ । ଏହି ଦମ୍ପତି ଏକ ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କୁ କନ୍ୟାର ବାପା ଓ ମା’ ହୋଇଥିବାର ଖୁସି ଖବର ଦେଇଥିଲେ। ଏଭଳି ଖୁସିର ସମୟରେ ବିପାଶା ଓ କରଣଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଥିଲା।
ଏକ ସାକ୍ଷାତକାରରେ ଝିଅ ଦେବୀକୁ ହୋଇଥିବା ରୋଗ କଥା କହି କାନ୍ଦି ପକାଇଛନ୍ତି ବିପାଶା। ସେ କହିଛନ୍ତି, ତାଙ୍କ ଝିଅ ଦେବୀର ଏକ ହୃଦୟ ଜନିତ ରୋଗ ଥିଲା, ସେ ଜନ୍ମ ହେବାର ତିନି ଦିନ ପରେ ଡାକ୍ତର ରୋଗ ବାବଦରେ ଜାଣିବାକୁ ପାଇଥିଲେ। ଜନ୍ମର 3 ମାସ ପରେ ଦେବୀର ହାର୍ଟ ସର୍ଜରୀ ହୋଇଥିଲା । ସେ ଏବେ ସୁସ୍ଥ ଅଛି। କିନ୍ତୁ ଜଣେ ପିତା-ମାତାଙ୍କ ପାଇଁ ଏଭଳି ସମୟ ସବୁଠୁ କଷ୍ଟଦାୟକ ବୋଲି ବିପାଶା କହିଛନ୍ତି। ନିକଟରେ ଇନଷ୍ଟାଗ୍ରାମ ଲାଇଭରେ ବିପାଶା ନେହା ଧୁପିଆଙ୍କ ସହିତ ସେ ଦୁଃଖଦ ଦିନ ବିଷୟରେ କଥା ହେଉଥିବା ବେଳେ ଭାବୁକ ହୋଇଯାଇଥିଲେ।
ଇନଷ୍ଟାଗ୍ରାମ ଲାଇଭରେ ବିପାଶା ବସୁ ନିକଟରେ ନେହା ଧୁପିଆଙ୍କ ସହିତ କଥା ହେଉଥିଲେ। ଯେଉଁଥିରେ ସେ କହିଥିଲେ କି, ‘ସନ୍ତାନ ଜନ୍ମ ପରେ ଆମର ଯାତ୍ରା ଅନ୍ୟ ମା’ ଓ ବାପାଙ୍କ ଠାରୁ ଭିନ୍ନ ରହିଛି। ମୁଁ କେବେ ବି ଚାହିଁବି ନାହିଁ କି କୌଣସି ମା’ଙ୍କ ସହିତ ଏମିତି ଘଟଣା ଘଟୁ।
Powered by Froala Editor