ପୁଷ୍କରିଣୀରେ ବୁଡ଼ି ପାଞ୍ଚ ଯୁବକଙ୍କ ମୃତ୍ୟୁ
ଚେନ୍ନଇ: ତାମିଲନାଡୁର ରାଜଧାନୀ ଚେନ୍ନଇରେ ଥିବା ଏକ ମନ୍ଦିର ପୁଷ୍କରିଣୀରେ ବୁଡ଼ି ୫ ଜଣଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଏକ ପୂଜା ବିଧି ଚାଲିଥିବା ସମୟରେ ଏହି ଅଘଟଣ ଘଟିଛି। ମୃତକମାନଙ୍କ ବୟସ ୧୮ରୁ ୨୩ ବର୍ଷ ମଧ୍ୟରେ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ବୁଧବାର ସକଳା ପ୍ରାୟ ୧୦.୩୦ ସମୟରେ ଦକ୍ଷିଣ ଚେନ୍ନାଇ ଉପକଣ୍ଠ କିଲ୍କଟ୍ଟାଲାଇ ନିକଟ ମୁଭାରସମ୍ପେଟ୍ ପୁଷ୍କରିଣୀରେ ବୁଡ଼ି ପାଞ୍ଚ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ଯୁବକମାନେ ଧର୍ମଲିଙ୍ଗେଶ୍ୱରର୍ ମନ୍ଦିରର ତୀର୍ଥଭାରୀ ପୂଜାରେ ସାମିଲ ହୋଇଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଥିଲା। ସମସ୍ତ ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯିବା ସହ ଚିହ୍ନଟ କରାଯାଇଥିବା ପୁଲିସ କହିଛି। ମୃତକମାନେ ହେଲେ ମାଡିପକ୍କମର ରାଘବନ୍, କିଲ୍କଟ୍ଟାଲାଇର ଯୋଗେଶ୍ୱରନ୍ ଏବଂ ନାଙ୍ଗନାଲ୍ଲୁରର ଭାନେଶ, ରାଘବନ୍ ଏବଂ ଆର.ସୂର୍ୟ୍ୟ ବୋଲି ଜଣାପଡିଛି।
Powered by Froala Editor