ଦୁର୍ଘଟଣା କି ଦୁର୍ବିପାକ ନୁହେଁ : ଦେଖୁ ଦେଖୁ ଗଳି ପଡ଼ିଲା ୫ ମହଲା କୋଠା

କୌଣସି ଦୁର୍ଘଟଣା କି ଦୁର୍ବିପାକ ନୁହେଁ । ଏମିତି ଦେଖୁ ଦେଖୁ ତାସ୍ ଭଳି ଟିଳି ପଡିଛି ୫ ମହଲା କୋଠା । ଦିଲ୍ଲୀର ଭଜନପୁରାସ୍ଥିତ ବିଜୟ ପାର୍କ ଅଞ୍ଚଳରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇଥିବା ସୂଚନା ମିଳି ନାହିଁ। ଏହି ବିଶାଳକାୟ କୋଠା ଭୁଶୁଡ଼ୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।
ଏହି ଘଟଣା ସମ୍ପର୍କରେ ସୂଚନା ପାଇ ଦିଲ୍ଲୀ ଦମକଳ ବିଭାଗ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏହି ଘଟଣା ଘଟିଥିବା ରାସ୍ତାର ଉଭୟ ପାର୍ଶ୍ବକୁ ବନ୍ଦ କରି ଦିଆଯାଇଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଭୁଶୁଡ଼ି ପଡ଼ିଥିବା କୋଠାର ଭଗ୍ନାବଶେଷକୁ ରାସ୍ତାରୁ ସଫା କରିବା କାମ ଚାଲିଥିଲା। ସୌଭାଗ୍ୟବଶତଃ ଆଖିପିଛୁଳାକେ ଭୁଶୁଡ଼ି ପଡ଼ିଥିବା କୋଠା ଘଟଣାରେ କାହାକୁ କିଛି କ୍ଷତି ପହଞ୍ଚିନାହିଁ।
ସ୍ଥାନୀୟ ଲୋକେ ଏହାର ଭିଡ଼ିଓ ଉତ୍ତୋଳନ କରି ସୋଶାଲ ମିଡିଆରେ ସେୟାର କରିଥିଲେ। ଭିଡିଓଟି ବେଶ ଭାଇରାଲ ହୋଇଛି। କୋଠା ଭୁଶୁଡ଼ି ଦେଖି ସ୍ଥାନୀୟଲୋକେ ଜୀବନ ବଞ୍ଚାଇବାକୁ ଏଣେତେଣେ ଦୌଡ଼ି ଚାଲି ଯାଇଥିଲେ। କୋଠା ପାଖରେ ଥିବା କିଛି ଘର ଓ ଦୋକାନ ଭାଙ୍ଗି ନଷ୍ଟ ହୋଇଯାଇଛି।
Powered by Froala Editor