୩ ନମ୍ବରରୁ ୩୭ ନମ୍ବରକୁ ଖସିଲେ ଗୌତମ ଆଦାନୀ

ଧନୀ ତାଲିକାରେ ୩ ନମ୍ବରରୁ ୩୭ ନମ୍ବରକୁ ଖସିଲେ ବିଜନେସ ଟାଇକୁନ ଗୌତମ ଆଦାନୀ । ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗ ରିସର୍ଚ୍ଚ ଆଦାନୀ ଗ୍ରୁପ ବିରୋଧରେ ଜାଲିଆତି ଓ ହେରେଫେର ଅଭିଯୋଗ ଆଣିବା ପରେ ତାଙ୍କ ବ୍ୟକ୍ତିଗତ ସମ୍ପତ୍ତିର ମୂଲ୍ୟ ନିୟମିତ ହ୍ରାସ ପାଇବାରେ ଲାଗିଛି । ବ୍ୟବସାୟ ବୁଡୁଥିବାବେଳେ ଏବେ ଆଦାନୀ ଋଣ ନେବାକୁ ଯୋଜନା କରୁଥିବା ଜଣାପଡିଛି । ୪୦ ମିଲିୟନ ଡଲାର ଅର୍ଥାତ ୩୩୦୦ କୋଟି ଟଙ୍କାର ଋଣ ଗ୍ଲୋବାଲ କ୍ରେଡିଟ୍ ଫଣ୍ଡସଠୁ ନେବାକୁ ଆଲୋଚନା କରିଥିବା ଜଣାପଡିଛି ।
ଅର୍ନ୍ତଜାତୀୟ ଖବରକାଗଜ ଇକୋନୋମିକସ୍ ଟାଇମ୍ସର ସୂଚନା ମୁତାବକ ଆଦାନୀଗ୍ରୁପ ନର୍ଥ କୁଇନଲ୍ୟାଣ୍ଡ ଏକ୍ସପର୍ଟ ଟର୍ମିନାଲ ବଦଳରେ ଋଣ ନେବାକୁ ବିଚାର କରୁଥିବା ଜଣାପଡିଛି ।
ଜାନୁଆରୀ ୨୪ ତାରିଖରେ ହିଣ୍ଡେନବର୍ଗ ରିପୋର୍ଟ ଆସିବା ପରଠୁ ତାଙ୍କ ସମ୍ପତ୍ତି ମୂଲ୍ୟ ୮୦୦୦ କୋଟିରୁ ଊର୍ଦ୍ଧ୍ବ ଡଲାର ହ୍ରାସ ପାଇଛି । ସେୟାର ବଜାରରେ ନିବେଷକମାନେ ଆଦାନୀ କମ୍ପାନୀର ସେୟାର ବିକ୍ରି କରୁଥିବାରୁ ସେଗୁଡିକର ଦାମ୍ କ୍ରମାଗତ ଭାବେ ହ୍ରାସ ପାଇ ଚାଲିଛି । ବିଶ୍ୱର ଧନୀ ତାଲିକାରେ ଗୌତମ ଆଦାନୀ ଦିନେ ସବୁଠୁ ଉପରେ ଥିବାବେଳେ ଆଜିର ଦିନରେ ୩୭ ନମ୍ବରକୁ ଖସିଆସିଛନ୍ତି ।
Powered by Froala Editor