ରାଷ୍ଟ୍ରପତି ପୋଲିସ ପଦକ ପାଇଲେ ଟୁଇନ ସିଟି ପୋଲିସ କମିଶନର
ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସ ଅବସରରେ ଲୋକସେବା କନଭେନସନ ସେଣ୍ଟରରେ ରାଜ୍ୟସ୍ତରୀୟ ପୋଲିସ ପଦକ ପ୍ରଦାନ ଉତ୍ସବ ଆୟୋଜିତ ହୋଇଯାଇଛି । ପୋଲିସ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ୟ୍ୟ, ସାହାସିକତା କାର୍ୟ୍ୟ ଓ ବିଶିଷ୍ଟ ସେବା ପାଇଁ ୩୪ ଜଣ ପୋଲିସ କର୍ମଚାରୀ ମେଡାଲ ପାଇଛନ୍ତି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ପଦକ ପ୍ରଦାନ କରିଥିଲେ । ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ ପାଇଛନ୍ତି ଟୁଇନ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ସିକ୍ୟୁରୀଟି ଉଇଙ୍ଗର ଏସପି ସରୋଜ କୁମାର ମହାପାତ୍ର। ସେହିଭଳି ସାହାସିକତା ପାଇଁ ଦୁଇ ଜଣ ଏସଓଜି କମାଣ୍ଡୋ କୁମାର କର୍ମୀ ଓ ପୀତବାସ ପାଣ୍ଡେଙ୍କୁ ପୁରସ୍କୃତ କରାଯାଇଛି। ଉଲ୍ଲେଖନୀୟ ସେବା ପାଇଁ ୧୦ ଜଣଙ୍କୁ ପୋଲିସ ପଦକ ପ୍ରଦାନ କରାଯାଇଛି ।
Powered by Froala Editor