ଗଣତନ୍ତ୍ର ଦିବସକୁ ମାଓବାଦୀଙ୍କ ବିରୋଧ

ରାୟଗଡ଼ା : ଆଜି ହେଉଛି ପବିତ୍ର ଗଣତନ୍ତ୍ର ଦିବସ। ସମଗ୍ର ଦେଶରେ ଆଜି ଏହି ଦିବସ ପାଳନ କରାଯାଉଥିବା ବେଳେ ଏହାକୁ ବିରୋଧ କରିଛନ୍ତି ମାଓବାଦୀ। ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ନିୟମଗିରି ପାହାଡ଼ର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇ ମାଓବାଦୀ ସଙ୍ଗଠନ ବିରୋଧ କରିବା ସହିତ କଳା ଦିବସ ଭାବେ ପାଳନ କରିବାକୁ ଆହ୍ଵାନ ଜଣାଇଛନ୍ତି। ନିୟମଗିରି ପାହାଡର ବିଭିନ୍ନ ଗାଁମାନଙ୍କରେ ଏହି ପୋଷ୍ଟର ଲଗାଯାଇଛି।
ମୁଖ୍ୟତଃ କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଗାଁମାନଙ୍କରେ ଏହି ପୋଷ୍ଟର ନଜରକୁ ଆସିଛି। ପାରସାଲି ପଞ୍ଚାୟତ ମହକୁମା ଠାରେ ବିଭିନ୍ନ ସ୍ଥାନରେ ଏହି ପୋଷ୍ଟର ଲଗାଯାଇଛି। ଡଙ୍ଗରିଆକନ୍ଧ ଉନ୍ନୟନ ସଂସ୍ଥା କାର୍ୟ୍ୟାଳୟ ଓ ପଞ୍ଚାୟତ କାର୍ୟ୍ୟାଳୟ ଠାରେ ମଧ୍ୟ ଲାଗିଛି। ସିପିଆଇ (ମାଓବାଦୀ) ସଙ୍ଗଠନର ବାସଧାରା – ଘୁମୁସର – ନାଗାବଳୀ ଡିଭିଜନାଲ କମିଟି ପକ୍ଷରୁ ଏହା ଲଗାଯାଇଥିବା ଉଲ୍ଲେଖ ରହିଛି।
Powered by Froala Editor