ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର
![ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର](https://odishanewslens.com/news_gallery/19146_1674553796.jpg)
ସଇଁତଳା: ଜଙ୍ଗଲରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର। ସଇଁତଳା ଥାନା ଅଧିନସ୍ଥ ଦେଢ଼େଳ ଜଙ୍ଗଲରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର ହୋଇଛି । ମୃତଦେହଟି ଠୁଁନିକାନି ଗ୍ରାମର ରସିକ ରଣାଙ୍କ ସ୍ତ୍ରୀ ରତ୍ନୀ ରଣା ବୋଲି ଜଣାପଡିଛି। ଘଟଣାସ୍ଥଳରେ ସଇଁତଳା ପୋଲିସ ଓ ଟିଟିଲାଗଡ଼ ଏସଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଘଟଣାରୁ ପ୍ରକାଶ ଯେ, ଘୁନସର ପଞ୍ଚାୟତ ଅନ୍ତର୍ଗତ ଠୁନିକାନି ଗ୍ରାମର ରସିକ ରାଣା ବଲାଙ୍ଗୀର ଜାମଗାଁରେ ଜଣେ ଠିକାଦାରଙ୍କ ପାଖରେ କାମ କରୁଥିଲେ। ତାଙ୍କ ପୁଅ ଦୀର୍ଘ ୪ ମାସ ହେଲା ରାଜକୋଟ ଦାଦନ ଖଟିବାକୁ ଯାଇଛି। ତେବେ ରତ୍ନୀ ପ୍ରତିଦିନ ଭଳି ସୋମବାର ଦିନ ସକାଳୁ ନିଜ ଚାଷ ଜମିକୁ ବୁଲିବାକୁ ଯାଇ ଆଉ ଫେରିନଥିଲେ। ବହୁ ଖୋଜାଖୋଜି କରିବା ପରେ ରତ୍ନୀଙ୍କ ସନ୍ଧାନ ନପାଇବାରୁ ବୋହୁ ଶ୍ଵଶୁର ଓ ସ୍ୱାମୀକୁ ଫୋନକରି ଜଣାଇଥିଲେ । ଏହାପରେ ଶ୍ଵଶୁର ବଲାଙ୍ଗୀରରୁ ରାତିରେ ଆସିବା ପରେ ଆଜି ସକାଳେ ଖୋଜାଖୋଜି କରିବା ଲାଗି ଚାଷ ଜମି ନିକଟ ଦେଢ଼େଳ ଜଙ୍ଗଲକୁ ଯାଇଥିଲେ । ସେଠାରେ ଦରପୋଡ଼ା ଅବସ୍ଥାରେ ଶବ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ।
Powered by Froala Editor