୨୯ ରୁ କୋହଲା ପାଗ
ଭୁବନେଶ୍ୱର: ଆସନ୍ତା ୨୯ ତାରିଖରୁ ରାଜ୍ୟରେ ପାଗ ବଦଳିବ । ଉପକୂଳକୁ ସାମୁଦ୍ରିକ ପବନ ବହିବ । ପାଗ ମେଘୁଆ ରହିବ । ଅଧିକାଂଶ ସ୍ଥାନରେ ଦିନରେ କୋହଲା ପାଗ ହେବ । ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ଼. ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି । ଆସନ୍ତା ତିନି ଦିନରେ ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା କ୍ରମଶଃ ବଢ଼ିବ । ଏହା ପ୍ରାୟ ୩ଡ଼ିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ବୋଲି ଡ଼. ପଶୁପାଳକ କହିଛନ୍ତି । ଦିନବେଳାର ତାପମାତ୍ରା ବି ବଢ଼ିପାରେ । ୨୬ ଯାଏ ରାଜ୍ୟରେ କୁହୁଡ଼ି ରହିବ ବୋଲି ସେ ଆକଳନ କରିଛନ୍ତି ।
ସୋମବାର ବାଲେଶ୍ୱର, ଚାନ୍ଦବାଲି, ପାରାଦୀପ ଓ ଯାଜପୁରରେ ଘନ କୁହୁଡ଼ି ଦେଖାଦେଇଛି । ବାଲେଶ୍ୱର ଓ ଚାନ୍ଦବାଲିରେ କୁହୁଡ଼ି ପାଇଁ ଦୃଶ୍ୟମାନର ଦୂରତା ୫୦ ମିଟର ରହିଛି । ଯାଜପୁରରେ ଦୃଶ୍ୟମାନ ଦୂରତା ୧୦୦ ମିଟର ରହିଛି । ଆଜି ଜି.ଉଦୟଗିରିରେ ସବୁଠୁ କମ୍ ବା ୬ ଡ଼ିଗ୍ରୀ ତାପମାତ୍ରା ରେକଡର଼୍ ହୋଇଥିଲା । ଫୁଲବାଣୀରେ ୯, କିରେଇରେ ତାପମାତ୍ରା ୧୨ ଡ଼ିଗ୍ରୀ ରହିଥିଲା । ମଙ୍ଗଳବାର ଭଦ୍ରକ, କେନ୍ଦ୍ରପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଅନୁଗୁଳ, ଢେ଼ଙ୍କାନାଳ, ନୟାଗଡ଼ ଓ ଯାଜପୁର ଜିଲ୍ଲାରେ କୁହୁଡ଼ି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।
Powered by Froala Editor