ବ୍ଲାକ ଫଙ୍ଗସରେ ୧୨୬ ଜଣଙ୍କ ମୃତୁ୍ୟ

ଭୁବନେଶ୍ୱର : କରୋନା ଭଳି ଏବେ ବ୍ଲାକ ଫଙ୍ଗସ ବି ମହାମାରୀ ପାଲଟିଯାଇଛି । ସମ୍ପ୍ରତି ବ୍ଲାକ ଫଙ୍ଗସରେ ଦେଶରେ ୫୫ ଶହ ଜଣ ଆକ୍ରାନ୍ତ ହୋଇଥିବାବେଳେ ୧୨୬ ଜଣଙ୍କର ମୃତୁ୍ୟ ହୋଇଛି । କେବଳ ମହାରାଷ୍ଟ୍ରରେ ହିଁ ୯୦ ଜଣଙ୍କର ଜୀବନ ଯାଇଥିବା ଜାଣିବାକୁ ମିଳିଛି ।
ହରିୟାଣାରେ ବି ବ୍ଲାକ ଫଙ୍ଗସରେ ୧୪ ଜଣଙ୍କର ମୃତୁ୍ୟ ହୋଇଛି । ଉତରପ୍ରଦେଶର ଲକ୍ଷ୍ନୌରେ ୮ ଜଣଙ୍କର ମୃତୁ୍ୟ ହୋଇଥିବାବେଳେ ଝାରଖଣ୍ଡ଼ରେ ୪, ଛତିଶଗଡ଼ରେ ୨, ମଧ୍ୟପ୍ରଦେଶରେ ୨ ଓ ଉତରାଖଣ୍ଡରେ ବି ୨ ଜଣଙ୍କର ମୃତୁ୍ୟ ଘଟିଛି । ଅପରପକ୍ଷରେ ବିହାର, ଆସାମ, ଓଡ଼ିଶା ଓ ଗୋଆରେ ବି ଜଣଙ୍କର ମୃତୁ୍ୟ ଘଟିଥିବା ଜାଣିବାକୁ ମିଳିଛି ।
ବ୍ଲାକ ଫଙ୍ଗସକୁ ମହାମାରୀ ଭାବେ ଘୋଷଣା କରିବାକୁ କେନ୍ଦ୍ର ସରକାର ନିଦେ୍ର୍ଧଶ ଦେଇସାରିଛନ୍ତି । ରାଜସ୍ଥାନ, ଗୁଜୁରାଟ, ପଞ୍ଜାମ, ହରିୟାଣା, କର୍ଣ୍ଣାଟକ, ତାମିଲନାଡୁ ଓ ତେଲେଙ୍ଗାନା ସହ ଓଡ଼ିଶା ସରକାର ବି ଏହାକୁ ମହାମାରୀ ଭାବେ ଘୋଷଣା କରିସାରିଛନ୍ତି ।
Powered by Froala Editor