ଶୁଣ୍ଢରେ ଟେକି ମହିଳାଙ୍କୁ କଚାଡିଲା ଦନ୍ତା
ନର୍ଲା : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅଧିନ ବାଗପୁର ଗ୍ରାମରେ ଆଜି ସକାଳୁ ଦନ୍ତା ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ଘଟିବା ପରେ ରାଜରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ। ବାଗପୁର ଗ୍ରାମର ବେଣୁଧରଙ୍କ ପତ୍ନୀ ୫୩ ବର୍ଷୀୟା ଚମ୍ପା ନିଜର କପା ତୋଳିବା ପାଇଁ ସକାଳୁ ଜମିକୁ ଯାଇଥିଲେ,। ଏହି ସମୟରେ ଏକ ଦନ୍ତାହାତୀ ଆସି ତାଙ୍କୁ ଶୁଣ୍ଢରେ ଟେକି କଚାଡି ଦେଇଥିବା ବେଳେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ଜନସମାଗମ ହେବା ସହ ଲୋକେ ଉତ୍ୟକ୍ତ ହୋଇ ଭବାନୀପାଟଣା ଭାୟା ନର୍ଲା ବାଲିପଡା ଦେଇ ମ. ରାମପୁର ଯାଇଥିବା ରାଜ୍ୟ ରାଜପଥରେ ଟାୟାର ଜାଳି ତଥା କାଠଗଣ୍ଡି ପକାଇ ରାସ୍ତା ଅବରୋଧ କରିଛନ୍ତି ।ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଯାନବାହାନ ଅଟକି ରହି ପଥଚାରୀ ମାନେ ଅନେକ ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଥିଲା। ନର୍ଲା ଥାନାଧିକାରୀ ଗଙ୍ଗାଧର ମେହେର ଆନ୍ଦୋଳନକାରୀ ମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଗ୍ରାମବାସୀ କିଛି ନଶୁଣି ନିଜ ଜିଦରେ ଅଟଳ ରହିଛନ୍ତି। ଖବର ଲେଖା ହେଲା ବେଳକୁ ଆନ୍ଦୋଳନ ଜାରି ରହିଛି।
Powered by Froala Editor