ଦୁଇ ଜଣ ଛାତ୍ରୀଙ୍କୁ ଉଠାଇ ନେଇ ଦୁଷ୍କର୍ମ କଲେ ଦୁର୍ବୃତ୍ତ
ସୋରୋ : ଦୁଇ ସ୍କୁଲ ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ ହୋଇଥିବା ସାମ୍ନାକୁ ଆସିଛି । ବାଲେଶ୍ଵର ଜିଲ୍ଲା ସୋର ଥାନା ଅଞ୍ଚଳରେ ସମାନ ଘଟଣା ସାମନାକୁ ଆସିଛି । ଦୁଇ ଜଣ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁର୍ବୃତ୍ତମାନେ ସ୍କୁଲ ଯିବା ବାଟରୁ ଉଠାଇ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।ଏହାସହ ଦୁଇଦିନ ଧରି ଏକ ଲଜରେ ରଖି ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଦୁଇଦିନ ପରେ ଦୁଇ ନାବାଳିକା ଘରକୁ ଫେରି ସୋର ଥାନାର ଦ୍ଵାରସ୍ଥ ହୋଇଛନ୍ତି । ଦୁର୍ବୃତ୍ତମାନେ ସେମାନଙ୍କୁ ନିଶା ଦେଇ ଲଜରେ ବାରମ୍ବାର ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ପୁଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଚଳାଇଛି ।
ଅଭିଯୋଗ ଅନୁଯାୟୀ, ଦୁଇ ନାବାଳିକା ଛାତ୍ରୀ ମଙ୍ଗଳବାର ସାଙ୍ଗ ହୋଇ ସ୍କୁଲ ଯାଉଥିବାବେଳେ ଦୁଇ ଜଣ ଯୁବକ ଏକ ବୋଲେରୋରେ ଆସି ସେମାନଙ୍କୁ ଅଟକାଇଥିଲେ । ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଯିବାକୁ ରାସ୍ତା କେଉଁଆଡ଼େ ବୋଲି ପଚାରିଥିଲେ। ନାବାଳିକା ଦୁଇ ଜଣ ସାଇକେଲରୁ ଓହ୍ଲାଇ ସେମାନଙ୍କୁ ବାଟ କହିବା ସମୟରେସମ୍ପୃକ୍ତ ଦୁର୍ବୃତ୍ତମାନେ ସେମାନଙ୍କୁ ଗାଡ଼ି ଭିତରକୁ ଉଠାଇ ନେଇଥିଲେ। ପରେ ସୋର ଅଞ୍ଚଳର ଏକ ଲଜରେ ରଖି ନିଶା ଦୁଇ ଦିନ ପରେ ଘରକୁ ଫେରିଲେ ନାବାଳିକା କଥା ଦେଇ ବାରମ୍ବାର ବଳାତ୍କାର କରିଥିଲେ।
Powered by Froala Editor