ଦିନକରେ ଖୋର୍ଦ୍ଧାରେ ୧୮୪୨, କଟକରେ ୧୦୮୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଆଉ ୧୨୫୨୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୭୦୧୨ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୫୫୧୧ ଜଣ ଆକ୍ରାନ୍ତ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୬୮ ହଜାର ୪୨୨ରେ ପହଁଚିଛି । ତେବେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୮୪୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ କଟକ ଜିଲ୍ଲାରେ ୧୦୮୪ ଜଣ ଆକ୍ରାନ୍ତ ହୋଇଛନ୍ତି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁଯାୟୀ, ଅନୁଗୁଳରେ ୯୩୦, ବାଲେଶ୍ୱରରେ ୫୧୦, ବରଗଡ଼ରେ ୩୧୫, ଭଦ୍ରକରେ ୧୭୭, ବଲାଙ୍ଗୀରରେ ୨୯୬, ବୌଦ୍ଧରେ ୩୬୫, କଟକରେ ୧୦୮୪, ଦେବଗଡ଼ରେ ୧୦୬, ଢେଙ୍କାନାଳରେ ୧୩୨, ଗଜପତିରେ ୫୩, ଗଞ୍ଜାମରେ ୩୬୯, ଜଗତସିଂହପୁରରେ ୩୨୫, ଯାଜପୁରରେ ୪୧୯, ଝାରସୁଗୁଡ଼ାରେ ୩୭୩, କଳାହାଣ୍ଡିରେ ୪୯୧, କନ୍ଧମାଳରେ ୧୦୦, କେନ୍ଦ୍ରାପଡ଼ାରେ ୧୯୫, କେନ୍ଦୁଝରରେ ୨୩୨, ଖୋର୍ଦ୍ଧାରେ ୧୮୪୨, କୋରାପୁଟରେ ୨୩୩, ମାଲକାନାଗିରିରେ ୭୩, ମୟୂରଭଞ୍ଜରେ ୫୪୬, ନବରଙ୍ଗପୁରରେ ୩୮୩, ନୟାଗଡ଼ରେ ୩୧୫, ନୂଆପଡ଼ାରେ ୧୨୯, ପୁରୀରେ ୫୬୮, ରାୟଗଡାରେ ୩୨୧, ସମ୍ବଲପୁରରେ ୪୦୦, ସୋନପୁରରେ ୨୦୨, ସୁନ୍ଦରଗଡ଼ରେ ୭୧୫ ଓ ରାଜ୍ୟ ପୁଲରେ ୩୨୪ ଜଣ ଚିହ୍ନଟ ହୋଇଛନ୍ତି ।
Powered by Froala Editor