ଅଟ୍ରି ଶ୍ରୀ ଶ୍ରୀ ବାବା ହଟକେଶ୍ୱରଙ୍କ ମକର ମହୋତ୍ସବ ଉଦ୍ଘାଟିତ
ବେଗୁନିଆ : ବେଗୁନିଆ ବ୍ଲକ ସ୍ଥିତ ଅଟ୍ରି ଶ୍ରୀ ଶ୍ରୀ ବାବା ହଟକେଶ୍ୱରଙ୍କ ଠାରେ ୫ ଦିନ ବ୍ୟାପି ମକର ମହୋତ୍ସବ ଅନୁଷ୍ଠିତ ହେଉଛି । ଜିଲ୍ଲା ପ୍ରଶାସନ ଏବଂ ମକର ମହୋତ୍ସବ କମିଟିର ମିଳିତ ଆନୁକୂଲ୍ୟରେ ମକର ମହୋତ୍ସବ ଅନୁଷ୍ଠିତ ହେଉଥିବାବେଳେ ବିଭିନ୍ନ ପ୍ରତିଭା ମାନଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯିବ । କିନ୍ତୁ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସାମ୍ବାଦିକ ମାନଙ୍କୁ ଉପେକ୍ଷା କରିବା ଘଟଣାକୁ ସାଧାରଣରେ ନା ପସନ୍ଦ କରାଯାଇଛି । ବିଗତ ବର୍ଷ ମାନଙ୍କରେ ଏହି ମହୋତ୍ସବ ଯାକ ଯମକରେ ପାଳିତ ହୋଇଛି । ବେଗୁନିଆ ଗୋଷ୍ଠୀ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ , କୃଷି କାର୍ଯ୍ୟାଳୟ ଏବଂ ମହିଳା ଗୋଷ୍ଠୀ ସହିତ ଅନ୍ୟ କେତେକ ବିଭାଗ ତରଫରୁ ଷ୍ଟଲ ଖୋଲାଯାଇଛି ।
ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି , ବିଧାୟକ ଅନନ୍ତ ନାରାୟଣ ଜେନା , ଭୁବନେଶ୍ୱର ମୁଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ଖୋର୍ଦ୍ଧା ଦୀପ୍ତିରଞ୍ଜନ ସେଠୀ , ବି ଡି ଓ ଲଷ୍ମୀଧର ସାହୁ , ବ୍ଲକ ଅଧ୍ୟକ୍ଷ ଲଷ୍ମୀ ଧର ସୁବୁଦ୍ଧି , ଜିଲ୍ଲାପରିଷଦ ସଭ୍ୟ ପ୍ରକାଶ ଚନ୍ଦ୍ର ସାହୁ ,ପ୍ରଦୀପ୍ତ କିଶୋର ଛୋଟରାୟ ,ସୁବାଷ ଚନ୍ଦ୍ର ରାୟଗୁରୁ ,ଆତ୍ମା ଅଧ୍ୟକ୍ଷ ଦୀପ୍ତି ରଞ୍ଜନ ସାହୁ , ବେଗୁନିଆ ସରପଂଚ ସତ୍ୟନାରାୟଣ ପ୍ରଧାନ , ବାଘମାରୀ ସରପଂଚ ମାନସ ରଞ୍ଜନ ବିଶ୍ୱାଳ , ବାଘମାରୀ ସମିତିସଭ୍ୟ ନବନିତା ମହାନ୍ତି , ପ୍ରମୁଖ ଯୋଗ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବେଗୁନିଆ ଥାନା ଅଧିକାରୀ ଲଷ୍ମୀ ପ୍ରସାଦ ଶତପଥୀ ,ପୂର୍ବତନ ଅନୁନିବନ୍ଧକ ସନାତନ ଆଚାର୍ଯ୍ୟ , ଶିକ୍ଷାବିତ ପବିତ୍ର ମୋହନ ଖାଡଙ୍ଗା ଏବଂ ସାମାଜିକ ସଂଗଠକ ବଂଶୀଧର ଦଳାଇଙ୍କୁ ସେମାନଙ୍କର ଉଲେଖନୀୟ କାର୍ଯ୍ୟ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା ।
Powered by Froala Editor