ଜେଲରୁ ଫେରାର କଏଦୀ ଜଙ୍ଗଲରେ ଧରାପଡିଲା

କରୋପୁଟ: ଏକ ହତ୍ୟା ଅଭିଯୋଗରେ କୋରାପୁଟ ଜେଲରେ ଥିବା କଏଦୀ ଗଣେଷ ରାଉଳ ଗତ କାଲି ଫେରାର ହୋଇଯାଇଥିଲେ । ସେ ଜେଲର ପ୍ରଶାସନିକ କୋଠ ଚଢି ଚମ୍ପଟ ମାରିଥିଲେ । ତେବେ ଜେଲରୁ ଫେରାର ହୋଇ ନିକଟ ବାଗରା ଜଙ୍ଗଲରେ ଲୁଚି ରହିଥିବା ବେଳେ ଧରା ପଡିଛନ୍ତି ।
ସୂଚନାଯୋଗ୍ୟ ଯେ ,ଅଭିଯୁକ୍ତ ଜଣଙ୍କ ୨୦୨୦ ମସିହାରୁ ଏକ ହତ୍ୟା ଅଭିଯୋଗରେ କୋରାପୁଟ ସର୍କଲ ଜେଲ୍ରେ ରହିଥିଲା । ତାହାର ଘର ଗଜପତି ଜିଲ୍ଲାରେ । ସିସିଟିଭିରେ ସେ ଜେଲ୍ କୋଠା ଡେଇଁ ପଳାଉଥିବା ଦେଖିବା ମିଳିଥିଲା । ଏହା ଜଣା ପଡିବା ପରେ ଓଏସ୍ଏପି ଜବାନ ଏବଂ ଜେଲ୍ କର୍ମଚାରୀ ଖୋଜାଖୋଜି କରି ତାକୁ ପାଇଯାଇଥିଲେ । ସେ ସେମାନଙ୍କୁ ଦେଖି ଦୌଡିବା ଆରମ୍ଭ କରିଥିଲା । ତାକୁ ଦୌଡାରେ ପୋଲିସ ଜବାନ ପାରି ନଥିଲେ। କୋରାପୁଟ ରାୟଗଡା ରାସ୍ତାରେ ସେ ଦୌଡି ଚିନ୍ଦିରି ନିକଟ ଜଙ୍ଗଲରେ ପଶିଯାଇଥିଲା । ତାକୁ ପିଛା କରିବା ବେଳେ ସେ ସେଠାରୁ ଝରିଗୁଡା ଜଙ୍ଗଲରେ ପଶିଯାଇଥିଲା। ପୋଲିସ ଏବଂ ଜେଲ୍ କର୍ମଚାରୀ ତାକୁ ଖୋଜା ଜାରି ରଖି ଥିଲେ।
Powered by Froala Editor