୮ ବର୍ଷର ନାବାଳକକୁ ହତ୍ୟା
କଣ୍ଟାବାଞ୍ଜି: ଜଣେ ୮ ବର୍ଷର ନାବାଳକୁ ନୃଶଂସ ଭାବେ ହତ୍ୟା କରାଯାଇଛି । ତୁରେଇକେଲା ଥାନା ପଣ୍ଡରେନ ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଛି । କପା ବିଲରେ ଗୋଡ଼ାଇ ଗୋଡ଼ାଇ ସମ୍ପର୍କୀୟ ଭାଇ ସମ୍ପୃକ୍ତ ୮ ବର୍ଷର ନାବାଳକୁ ହତ୍ୟା କରିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି । ତେବେ ଘଟଣା ପରେ ଅଭିଯୁକ୍ତ ଜଣକ ଫେରାର ଥିବା ଜଣାଯାଇଛି । ଅନ୍ୟପକ୍ଷରେ ଏନେଇ ଖବର ପାଇ ତୁରେଇକେଲା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଅଭିଯୁକ୍ତକୁ ଗିରଫ କରିବା ପାଇଁ ଦାବି ହୋଇଛି ।
Powered by Froala Editor