ଚାଷୀ ଭାଇମାନଙ୍କ ପାଇଁ ଭଲ ଖବର, ସାର ବସ୍ତା ପିଛା ୧୨୦୦ ଟଙ୍କା ସବସିଡି
ଭୁବନେଶ୍ୱର : ଚାଷୀ ଭାଇମାନଙ୍କ ପାଇଁ ଭଲ ଖବର । ସାର ବସ୍ତା ପିଛା ସେମାନଙ୍କୁ ଆଉ ୭୦୦ ଟଙ୍କା ଅଧିକ ସବସିଡ଼ ଦିଆଯିବ । ପୂର୍ବରୁ ସେମାନଙ୍କୁ ୫୦୦ ଟଙ୍କା ସବସିଡ଼ ମିଳୁଥିଲା । ଏବେ କିନ୍ତା ସବସିଡ଼ ୧୨ ଶହ ଟଙ୍କାକୁ ବୃଦ୍ଧି କରାଯାଇଛି । କେନ୍ଦ୍ର ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି ।
ଚାଷୀମାନେ ପୁରୁଣା ଦାମ ୧୨ ଶହ ଟଙ୍କାରେ ଏକ ବସ୍ତା ଡିଏପି ସାର ପାଇପାରିବେ । ସେହିପରି ଫସଫରିକ ଏସିଡ ଓ ଆମୋନିଆ ଆଦିର ମୂଲ୍ୟ ବୃଦ୍ଧି ଯୋଗୁଁ ଅନ୍ତର୍ଜାତିକ ବଜାରରେ ସାର ମହଙ୍ଗା ହୋଇଛି । କିନ୍ତୁ ଚାଷୀମାନଙ୍କୁ ପୁରୁଣା ଦାମରେ ଡିଏପି ସାର ଯୋଗାଇବାକୁ ସରକାର ନିଷ୍ପତି ନେଇଛନ୍ତି । ଚାଷୀମାନେ ୨୪ ଶହ ଟଙ୍କା ମୂଲ୍ୟର ଡିଏପି ସାରକୁ ୧୨ ଶହ ଟଙ୍କାରେ କିଣିପାରିବେ । କେନ୍ଦ୍ର ସରକାର ସବସିଡି ରାଶିରେ ୧୪୦ ପ୍ରତିଶତ ବୃଦ୍ଧି କରିଥିବାରୁ ଏହା ସମ୍ଭବ ହୋଇପାରିଛି । ସାର ଦରରେ ଯେଉଁ ବୃଦ୍ଧି ଘଟିଛି ତାହାର ବୋଝକୁ ସରକାର ସମ୍ପୂର୍ଣ୍ଣ ଭାବେ ବହନ କରିବେ । ପୂର୍ବରୁ ଏକାବେଳେ ଏତେ ସବସିଡ ବୃଦ୍ଧି କରାଯାଇନଥିଲା ।
Powered by Froala Editor