ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ସାର୍ଟିଫିକେଟରୁ ଉପକାର ମିଳିବ ନାହିଁ: ଗୋଲକ ମହାପାତ୍ର

ଭୁବନେଶ୍ୱର: ଯେଉଁମାନେ କରୋନା ଟିକା ନେଉଛନ୍ତି ସେମାନେ କୋୱିନ ସାର୍ଟିଫିକେଟ ରଖନ୍ତୁ । ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ସାର୍ଟିଫିକେଟରୁ ଉପକାର ମିଳିବ ନାହିଁ ବୋଲି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି । ଏଥିସହ ସେ ରାଜ୍ୟରେ କୋଭିଡ ଟେଷ୍ଟ ବଢାଇବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ।
ସେ କହିଛନ୍ତି ଯେ, ଏବେ କାହାକୁ ଦୋଷ ଦେବାର ସମୟ ନୁହେଁ । ମିଳିମିଶି ଲଢେଇ କରିବା । ଟେଷ୍ଟିଂ, ଟ୍ରେସିଂ ଓ ଟି୍ରଟମେଣ୍ଟକୁ ରାଜ୍ୟ ସରକାର ବଢାନ୍ତୁ । ଓଡ଼ିଶାରେ ଦୈନିକ ଟେଷ୍ଟିଂ ହାରାହାରି ୫୨ ହଜାର ରହୁଛି । ଅନ୍ୟ ରାଜ୍ୟରେ ଅଧିକ ଟେଷ୍ଟିଂ ହେଉଛି । ଆମର ଟେଷ୍ଟିଂକୁ ବଢାଯାଉ । କେନ୍ଦ୍ର ସରକାର ୪୪.୫ ଲକ୍ଷ ଆଣ୍ଟିଜେନ କିଟ ଯୋଗାଉଛନ୍ତି । ରାଜ୍ୟରେ ୬୫.୬୮ ଲକ୍ଷ ଟିକାକରଣ ହୋଇଥିବାବେଳେ ସେଥିରୁ ୬୪ ଲକ୍ଷ ମାଗଣା ଟିକା । ଯେଉଁମାନେ କରୋନା ଟିକା ନେଉଛନ୍ତି ସେମାନେ କୋୱିନ ସାର୍ଟିଫିକେଟ ରଖନ୍ତୁ । ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ସାର୍ଟିଫିକେଟରୁ ଉପକାର ମିଳିବ ନାହିଁ ବୋଲି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ।
Powered by Froala Editor