୧୦% କର୍ମଚାରୀ ଚାଲିବ ଅଫିସ୍

ରାଜ୍ୟରେ ଲକଡାଉନ୍ ଅବଧି ଜୁନ୍ ୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହା ପରେ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସରକାରୀ ଅଫିସଗୁଡ଼ିକ ଚଳାଇବାକୁ ନେଇ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି । ସରକାରୀ ଅଫିସଗୁଡ଼ିକ ୧୦ପ୍ରତିଶତରୁ କମ୍ କର୍ମଚାରୀରେ କାର୍ଯ୍ୟ କରିବା ଅବା ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବା ନିମନ୍ତେ ଆଜି ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶନାମା ଜାରି କରିଥିଲେ। ଏସଆରସିଙ୍କ ନିର୍ଦ୍ଦେଶପରେ ସାଧାରଣ ପ୍ରଶାସନ ବିଭାଗ ୧୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ୍ ଚଳାଇବା ପାଇଁ ଅନୁମତି ଦେବା ପରିବର୍ତ୍ତେ ବିଭାଗଗୁଡ଼ିକ ଉପରେ ସ୍ଥିତିକୁ ଚାହିଁ ନିଷ୍ପତ୍ତି ନେବାକୁ କହିଛି।
ନୂଆ ଗାଇଡଲାଇନ୍ ଅନୁସାରେ, ୧୦ ପ୍ରତିଶତ କର୍ମଚାରୀରେ ସରକାରୀ ଅଫିସ ଚାଲିବ । ପୋଲିସ, ହୋମଗାର୍ଡ, ଅଗ୍ନିଶମ, ଜେଲ୍, ଓ ପୌର କର୍ମଚାରୀଙ୍କ ସମେତ ଅତ୍ୟାବଶ୍ୟକ ସେବାରେ ଜଡିତ କର୍ମଚାରୀଙ୍କ ପାଇଁ କୌଣସି କଟକଣା ନାହିଁ । ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ ସର୍ବନିମ୍ନ କର୍ମଚାରୀଙ୍କ ଦ୍ୱାରା ଚାଲିବ । ଅତ୍ୟାବଶ୍ୟକ ସେବା ଯଥା ସ୍ୱାସ୍ଥ୍ୟସେବା, କୃଷି କାର୍ଯ୍ୟ, ନିର୍ମାଣ କାର୍ଯ୍ୟ, ଶ୍ରମିକ ପରିବହନ, ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଆଦି ପୂର୍ବ ପରି ଚାଲୁ ରହିବ । ଯେଉଁ ସବୁ କାର୍ଯ୍ୟ ଉପରେ ପୂର୍ବରୁ କଟକଣା ଲଗା ଯାଇଥିଲା ତାହା ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ୍ରେ ମଧ୍ୟ ବଳବତ୍ତର ରହିବ । ନିହାତି ଆବଶ୍ୟକ ନଥିଲେ କେହି ବାହାରକୁ ନବାହାରିବା ପାଇଁ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ।
ସୂଚନାଯୋଗ୍ୟ, ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତ ଏପ୍ରିଲ ୨୯ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇ ବିଭାଗଗୁଡ଼ିକ ନିଜ ଅଫିସ୍ କିଭଳି ଚାଲିବ ସେ ନେଇ ନିଷ୍ପତ୍ତି ନେଇପାରିବେ ବୋଲି କୁହାଯାଇଥିଲା। କିନ୍ତୁ ଅଫିସରେ କର୍ମଚାରୀ ସଂଖ୍ୟା ୫୦ ପ୍ରତିଶତରୁ କମ୍ ରହିବ ଓ ଅତି ଜରୁରୀ ସ୍ଥିତିରେ ସ୍ୱଳ୍ପ କର୍ମଚାରୀଙ୍କୁ ନେଇ କାମ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା।
ତେବେ ଏହି ଲକ୍ଡାଉନ୍ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ସଚିବ ସତର୍କ କରିଛନ୍ତି ।
Powered by Froala Editor