ସହି ପାରିଲେନି ଯନ୍ତ୍ରଣା, କୋଭିଡ ସେଣ୍ଟର ଭିତରେ ଜନ୍ମ କଲେ ଶିଶୁ ପୁତ୍ର

କରୋନା ଟେଷ୍ଟ ସେଣ୍ଟର ପରିସରରେ ଜଣେ ଗର୍ଭବତୀ ମହିଳା ପ୍ରସବ କରିଛନ୍ତି। ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ । ରାଇଘର ବ୍ଳକର ପାରୁଆ ଗ୍ରାମର ଭକ୍ତ ମାଳୀଙ୍କ ସ୍ତ୍ରୀ ଉର୍ମିଳା ମାଳୀ (୨୫) ପ୍ରସବ ଯନ୍ତ୍ରଣା ହେବା ପରେ ୧୦୨ ଯୋଗେ ଉମରକୋଟ ଚିକିତ୍ସାଳୟରେ ପହଞ୍ଚିଥିଲେ l ଚିକିତ୍ସାଳୟକୁ ପହଞ୍ଚିବା ପରେ ସ୍ତ୍ରୀ ବିଶେଷଜ୍ଞ ଡାକ୍ତର କୋଭିଡ ପରୀକ୍ଷା ପାଇଁ ପରାମର୍ଶ ଦେଇଥିଲେ l ହେଲେ କୋଭିଡ ଟେଷ୍ଟିଙ୍କ ବିଳମ୍ବ ହେବା ଯୋଗୁଁ ଗର୍ଭବତୀ ମହିଳା ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ l ପାଖରେ କୈାଣସି ସ୍ବାସ୍ଥ୍ୟ କର୍ମୀ ମଧ୍ୟ ନ ଥିଲେ l ପରବର୍ତ୍ତୀ ସମୟରେ ଗର୍ଭବତୀ ମହିଳା ଜଣକ ସର୍ବସାଧାରଣ ସ୍ଥଳରେ ଏକ ପୁତ୍ର ସନ୍ତାନ ଜନ୍ମ ଗ୍ରହଣ କରାଇଥିଲେ l ସ୍ବାସ୍ଥ୍ୟ ବିଭାଗର ଏହି ଅବ୍ୟବସ୍ଥାକୁ ସାଧାରଣରେ ଘୋର ନିନ୍ଦା କରାଯାଇଛି ।
ଶିଶୁ ବିଶେଷଜ୍ଞ ଡାକ୍ତର ସନ୍ତୋଷ ପଣ୍ଡା ମା ଓ ନବଜାତ ପୁତ୍ର ସନ୍ତାନ ଦୁହେଁ ସୁସ୍ଥ ଥିବା କହିଛନ୍ତି । ଅପରପକ୍ଷେ ପୁତ୍ର ସନ୍ତାନ ଜନ୍ମ କରିଥିବା ମହିଳାଙ୍କର କରୋନା ପଜିଟିଭ ବାହାରିଥିବା ବେଳେ ଶିଶୁଟିର କୋଭିଡ ପରୀକ୍ଷା ଆବଶ୍ୟକ ହେଲେ ଆସନ୍ତାକାଲି କରାଯିବ ବୋଲି ମେଡିକାଲ୍ ସୂତ୍ରରୁ ପ୍ରକାଶ।
Powered by Froala Editor