ଭାରତ ଯୋଡୋ ପୋଷ୍ଟରରେ ବୀର ସଭରକରଙ୍କ ଫଟୋକୁ ନେଇ ବିବାଦ
କଂଗ୍ରେସର ଭାରତ ଯୋଡୋ ଯାତ୍ରା ଏବେ କେରଳର ଏର୍ଣ୍ଣାକୁଲମ ଜିଲ୍ଲାରେ ପହଞ୍ଚିଛି। ହେଲେ ଏହି ସମୟରେ ପାର୍ଟିକୁ ଅପ୍ରୀତିକର ପରସ୍ଥିତିର ସାମ୍ନା କରିବାକୁ ପଡିଛି। ଯାତ୍ରା ସମୟରେ ଲାଗିଥିବା ପୋଷ୍ଟରକୁ ନେଇ କଂଗ୍ରେସକୁ ହନ୍ତସନ୍ତ ହେବାକୁ ପଡିଛି। ଉକ୍ତ ପୋଷ୍ଟରେ ସ୍ଵାଧୀନତା ସଂଗ୍ରାମୀଙ୍କ ସହ ବୀର ସଭରକରଙ୍କ ଫଟୋ ମଧ୍ୟ ରହିଛି, ଯାହାଙ୍କୁ କଂଗ୍ରେସ କେବେ ବି ସ୍ଵାଧୀନତା ସଂଗ୍ରାମୀ ମାନି ନାହିଁ। ଏହା ଉପରେ କଂଗ୍ରେସକୁ ସଫେଇ ଦେବାକୁ ପଡିଛି।
ପ୍ରଥମେ ରାହୁଲଙ୍କ ଦାମୀ ପୋଷାକକୁ ନେଇ କଂଗ୍ରେସ ସମାଲୋଚିତ ହୋଇଥିବା ବେଳେ ଏବେ ଭାରତ ଯୋଡୋ ଯାତ୍ରାର ପୋଷ୍ଟରରେ ସାବରକରଙ୍କ ଫଟୋକୁ ନେଇ କଂଗ୍ରେସ ସମାଲୋଚିତ ହୋଇଛି। ସ୍ବାଧୀନ ବିଧାୟକ ଏଭି ଅନୱର କଂଗ୍ରେସର ଏହି ଭୁଲକୁ ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି।
ଅନୱାର ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି ଯେ କଂଗ୍ରେସର ଭାରତ ଯୋଡା ଯାତ୍ରାର ଅଂଶ ଭାବରେ ଚେଙ୍ଗାମନାଡରେ ଲଗାଯାଇଥିବା ସ୍ବାଧୀନତା ସଂଗ୍ରାମୀଙ୍କ ପୋଷ୍ଟରରେ ସାବରକରଙ୍କର ଏକ ଫଟୋ ରହିଥିଲା। ଏନେଇ ବିରୋଧ ହେବାରୁ ପରେ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ସାବରକରଙ୍କ ସ୍ଥାନରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଲଗାଇଥିବା ସେ ଦାବି କରିଛନ୍ତି। ତେବେ ଏଭଳି ଦାବି ମଧ୍ୟରେ ଏହାକୁ ‘ପ୍ରିଣ୍ଟିଙ୍ଗ ମିଷ୍ଟେକ୍’ ବୋଲି କହିଛି କଂଗ୍ରେସ।
ପ୍ରିଣ୍ଟର ସମସ୍ତ ସ୍ଵାଧୀନତା ସଂଗ୍ରାମୀଙ୍କ ଫଟୋ ଅନଲାଇନ୍ରୁ କାଢିଥିଲେ। ସେଥିରେ ସଭରକରଙ୍କ ଫଟୋ ରହି ଯାଇଥିଲା। କେହି ଏହାକୁ ଯାଞ୍ଚ କରିନଥିଲେ। ଫଳରେ ପୋଷ୍ଟରରେ ତ୍ରୁଟି ରହି ଯାଇଥିବା କଂଗ୍ରେସ କହିଛି।
Powered by Froala Editor