ଆଜି ପ୍ରକାଶ ପାଇବ +୨ ସ୍ପଟ୍ ସ୍ପଟ ନାମଲେଖା ମେଧା ତାଲିକା
ଭୁବନେଶ୍ୱର ଯୁକ୍ତ ୨ ଦ୍ୱିତୀୟ ପର୍ୟ୍ୟାୟ ନାମଲେଖା ଶେଷ ହୋଇଥିବା ବେଳେ ଗୁରୁବାର ସ୍ପଟ ନାମଲେଖା ମେଧା ତାଲିକା ଦିନ ୨ଟାରେ ପ୍ରକାଶ ପାଇବ । ସ୍ପଟ ନାମଲେଖା ଲାଗି ଛାତ୍ରଛାତ୍ରୀ ୧୫ ତାରିଖ ଦିନ ୩ଟାରୁ ୧୬ ତାରିଖ ସଂଧ୍ୟା ୫ଟା ପର୍ୟ୍ୟନ୍ତ ସମ୍ପୃକ୍ତ କଲେଜରେ ନାମ ପଞ୍ଜୀକରଣ କରିବେ । ୧୭ ତାରିଖ ଦିନ ୧୧ଟାରେ ସ୍ପଟ ନାମଲେଖା ଚୂଡାନ୍ତ ମେଧା ତାଲିକା ପ୍ରକାଶ ପାଇବ ।
ଛାତ୍ରଛାତ୍ରୀ ଏଥିରେ ଦିନ ୧୨ରୁ ୪ଟା ପର୍ୟ୍ୟନ୍ତ ନାମ ଲେଖାଇବେ । ତେବେ ଚଳିତବର୍ଷ +୨ ଦ୍ୱିତୀୟ ପର୍ୟ୍ୟାୟ ନାମଲେଖା ଶେଷ ହୋଇଥିବା ବେଳେ କଳାରେ ୪୭ ହଜାର ୫୭୩ ସିଟ, ବିଜ୍ଞାନରେ ୫୮୯୯୧, ବାଣିଜ୍ୟରେ ୨୩୨୬୪, ସଂସ୍କୃତ କଲେଜରେ ୭୪୧୧ ଏବଂ ଧନ୍ଦାମୂଳକ ଶିକ୍ଷାରେ ୬୩୩ ସିଟକୁ ମିଶାଇ ମୋଟ ୧ ଲକ୍ଷ ୪୩ ହଜାର ୨୭୨ ସିଟ୍ ଖାଲି ପଡିଛି ।
Powered by Froala Editor