ନବମ ଓ ଦଶମ ପାଠ୍ୟକ୍ରମରେ ନୂଆ ବିଷୟ, ବିପର୍ୟ୍ୟୟ ପରିଚାଳନା ଓ ମହାମାରୀ ପରିଚାଳନା ଉପରେ ପାଠ ପଢିବେ ଛାତ୍ରଛାତ୍ରୀ
କଟକ: ନବମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ନୂଆ ବିଷୟ। ବିପର୍ୟ୍ୟୟ ପରିଚାଳନା ଓ ମହାମାରୀ ପରିଚାଳନା ଉପରେ ପାଠ ପଢିବେ ଛାତ୍ରଛାତ୍ରୀ। ଏଥିପାଇଁ ସ୍ଵତନ୍ତ୍ର ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଚଳିତ ବର୍ଷ ଠାରୁ ଏହି ଦୁଇ ନୂଆ ବିଷୟ ପଢିବେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ନୂଆ ପାଠ୍ୟକ୍ରମ ପଢାହେବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି।
ସ୍କୁଲ ପିଲା ପଢ଼ିବେ ବିପର୍ୟ୍ୟୟ ଓ ମହାମାରୀ ପରିଚାଳନା ପାଠ । ବନ୍ୟା, ବାତ୍ୟା ଆଦିରୁ କିଭଳି ସୁରକ୍ଷା ପାଇବେ ସେସବୁ ଉପରେ ସେମାନେ ଶିକ୍ଷାଗ୍ରହଣ କରିବେ । ସେହିଭଳି ମହାମାରୀ ପରିଚାଳନା ନେଇ ମଧ୍ୟ ଛାତ୍ରଛାତ୍ରୀମାନେ ପାଠ ପଢିବେ। ମହାମାରୀକୁ କିଭଳି ଭାବେ ମୁକାବିଲା କରିହେବ ସେନେଇ ସ୍କୁଲରେ ପାଠ ପଢା ହେବ।
Powered by Froala Editor