ଇରାନରେ ଭୂମିକମ୍ପ; ୩ ମୃତ

ଇରାନରେ ଭୟଙ୍କର ଭୂମିକମ୍ପ ହୋଇଛି। ଭୂମିକମ୍ପରେ ତୀବ୍ରତା ୬.୧ ହୋଇଥିବା ବେଳେ ଏହାର ଝଟ୍କା ୟୁନାଇଟେଡ୍ ଆରବ ଏମିରେଟ୍ରେ ଅନୁଭୂତ ହୋଇଛି। ଶନିବାର ଦକ୍ଷିଣ ଇରାନ ଏଙି ଭୂମିକମ୍ପ ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ସୂଚନା ଦେଇଛି। ବର୍ତ୍ତମାନ ସୁଧା ମୃତ୍ୟୁ ସଂଖ୍ୟା ୩ ରହିଥିବା ବେଳେ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ଏହି ଭୂମିକମ୍ପରେ ୮ ଜଣ ଆହତ ହୋଇଛନ୍ତି।
ଇରାନ ଗଣମାଧ୍ୟମ ଭୂମିକମ୍ପରେ ତୀବ୍ରତା ୬.୧ କହିଥିବା ବେଳେ ୟୁରୋପିୟନ ମିଡିଆଟେରେନ ସେସ୍ମୋଲୋଜୀ ସେଣ୍ଟର(EMSC) ଏହାର ତୀବ୍ରତା ୬.୦ କହିଛି। ରାତି ୧ଟା ବେଳେ ଭୂମିକମ୍ପ ହୋଇଥିବା ଇରାନର ନ୍ୟାସ୍ ସେଣ୍ଟର ଫର ମେଟ୍ରୋଲୋଜୀ କହିଛି।
ଏହା ପୂର୍ବରୁ ଆଫଗାନିସ୍ତାନ ଖୋଷ୍ଟ ଓ ପାକ୍ତିକା ଅଞ୍ଚଳର ଶକ୍ତିଶାଳୀ ଭୂମିକମ୍ପ ହୋଇଛି। ଯାହାର ରିକ୍ଟର ସ୍କେଲ୍ରେ ତୀବ୍ରତା ଥିଲା ୬.୧। ଏଥିରେ ଏକ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।

Powered by Froala Editor