ଦେଶରେ ଦିନକରେ ୩୯ ଜଣଙ୍କ ମୁଣ୍ଡ ନେଲା କୋରୋନା
ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ । କିଛି ଦିନ ହେବ ସଂକ୍ରମଣ ୧୦ ହଜାର ଉପରେ ରହିଆସୁଛି । ଗତକାଲି(ବୁଧବାର) ତୁଳନାରେ ପୁଣି ବଢିଲା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ୍ ୧୮,୮୧୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ସଂକ୍ରମଣ ସହ ଆଜି ମୃତ୍ୟୁସଂଖ୍ୟା ଅଧିକ ରେକର୍ଡ ହୋଇଛି ।
ଦିନକରେ ଦେଶରେ ୩୯ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । ଏଯାବତ ଦେଶରେ ୫ ଲକ୍ଷ ୨୫ ହଜାର ୧୧୬ ଆକ୍ରାନ୍ତ ଆଖି ବୁଜିଛନ୍ତି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା ଲକ୍ଷେ ମୁହାଁ ହୋଇଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦,୪୫,୫୫କୁ ବୃଦ୍ଧି ପାଇଛି ।ଦେଶର ଦୈନିକ ପଜିଟିଭ ରେଟ୍ ୪.୧୬%ରେ ପହଞ୍ଚିଛି । ଏଯାବତ୍ ୪ କୋଟି ୨୮ ଲକ୍ଷ ୨୨ ହଜାର ୪୯୩ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି । ଦେଶବ୍ୟାପୀ ସମୁଦାୟ ୧୯୭ କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି ।
Powered by Froala Editor