ନକଲି ସାର୍ଟଫିକେଟ ଦେଇ ଚାକିରି କରିବା ପଡିଲା ମହଙ୍ଗା: ପ୍ରଧାନ ଶିକ୍ଷକ ନିଲମ୍ବିତ
କେନ୍ଦୁଝର: ନକଲି ସାର୍ଟଫିକେଟ ଦେଇ ସରକାରୀ ଚାକିରି କରିବା ପଡିଲା ମହଙ୍ଗା । ଶେଷରେ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ । କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ରାମଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ବେହେରା ଏପରି ଅଭିଯୋଗରେ ଚାକିରିରୁ ନିଲମ୍ବିତ ହୋଇଛନ୍ତି।
ସୁଶିଲ ବେହେରା ନକଲି ସାର୍ଟିଫିକେଟ ଦେଇ ଚାକିରି କରିଥିବା ପୂର୍ବରୁ ଅଭିଯୋଗ ହୋଇଥିଲା । ଯାଞ୍ଚ ପରେ ଏହା ସତ୍ୟ ବୋଲି ଜଣା ପଡ଼ିଥିଲା। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁତାଙ୍କୁ ନିଲମ୍ବିତ କରାଯାଇଛି ।
ଏନେଇ କେନ୍ଦୁଝର ଜିଲ୍ଲା ଶିକ୍ଷା ଅଧିକାର କହିଛନ୍ତି, ସୁଶିଲ ବେହେରାଙ୍କ ବିଏଡ ସାର୍ଟିଫିକେଟ ନକଲି ବୋଲି ଜଣାପଡ଼ିବା ପରେ ତାଙ୍କୁ ନିଲମ୍ବିତ କରାଯାଇଛି। ଏପରି ଘଟଣା ନଜରକୁ ଆସିଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ
ସରକାର ବାରମ୍ବାର ନକଲି ସାର୍ଟିଫିକେଟ୍ ଯାଞ୍ଚ କରିବା ପରେ ମଧ୍ୟ ଏବେ ବି ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ରେ ମାଳ ମାଳ ଶିକ୍ଷକ ନକଲି ପାର୍ଟିଫିକେଟ ଦେଇ ଚାକିରୀ କରି ଆସୁଥିବା ଅଭିଯୋଗ ହେଉଛି ।
Powered by Froala Editor