ଜନଜୀବନକୁ ଅସ୍ତବ୍ୟସ୍ତ କରିଛି ତାତି

ଭୁବନେଶ୍ୱର: ତତଲା କଡାଇରେ ଭାଜି ହେଉଛି ରାଜଧାନୀ ଭୁବନେଶ୍ଵର। ସକାଳ ୮ ଟାରୁ ଅସମ୍ଭାଳ ତାତିକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ଆସନ୍ତା ୨ ଦିନ ଧରି ଏହି ଭଳି ଖରା ଗରମ ଲାଗି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ମେ ୨୯ ଏବଂ ପରେ ଜୁନ୍ ୨ ରୁ ଅଧିକ ଗ୍ରୀଷ୍ମ ପ୍ରକୋପ ବଢିବ ।
ଅନ୍ୟପଟେ ୧୦ ଜିଲ୍ଲା ପାଇଁ କାଳବୈଶାଖୀ ସତର୍କତା ଜାରି କରାଯାଇଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତୀ , କେଉଁଝର, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ସେପଟେ ଓଡ଼ିଶାକୁ ୧୦ ତାରିଖ ପୂର୍ବରୁ ଓଡ଼ିଶାକୁ ମୌସୁମୀ ଛୁଇଁବା ସମ୍ଭାବନା କମ ରହିଛି। ପବନର ଦିଗ ପରିବର୍ତ୍ତନ ହେତୁ ଡେରିରେ ଓଡ଼ିଶା ଛୁଇଁପାରେ ବୋଲି ପାଣିପାଗ ବିଶେଷଜ୍ଞ ମତ ରଖିଛନ୍ତି ।
Powered by Froala Editor