ରାଜପରିବାରରେ ରକ୍ତର ଛିଟା, କନିକା ରାଜାଙ୍କ ନାତୁଣୀ ବୋହୂଙ୍କୁ ବିଭସô ହତ୍ୟା
କଟକ: ରାଜପରିବାରରେ ଲାଗିଛି ରକ୍ତର ଛିଟା । କନିକା ରାଜାଙ୍କ ପରିବାରେ ଘଟିଛି ଲୁମଟାଙ୍କୁରା ହତ୍ୟାକାଣ୍ଡ । କଟକ ଶ୍ରୀ ବିହାର କଲୋନୀରେ ଘଟିଛି ଏହି ବିବତ୍ସ ହତ୍ଯାକାଣ୍ଡ। ଖବର ପାଇ ଘଟଣାସ୍ଥଳରରେ ପହଁଚି ତଦନ୍ତ ଆରମ୍ଭ କରିଛି ବିଡାନାସୀ ଥାନା ପୋଲିସ। ମୃତ ମହିଳାଙ୍କ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୁଅକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ତେବେ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ମଧ୍ଯ ପହଁଚିଛି।
ମୃତ ମହିଳାଙ୍କ ଝିଅ ଜୟନ୍ତୀ ସାମନ୍ତରାୟଙ୍କ ପ୍ରତିକ୍ରିୟା ଅନୁଯାୟୀ, ତାଙ୍କ ଭାଇ ମା ଙ୍କୁ ସବୁବେଳେ ମାରଧର କରନ୍ତି। ତେବେ ଆଜି ସକାଳେ ସେ ମା ଙ୍କୁ ଆକ୍ରମଣ କରିବା ସହ ହତ୍ଯା କରିଥିବା ସେ କହିଛନ୍ତି। ଏହାସହ ଭାଇ ମାନସିକ ସ୍ତରରେ ଠିକ ନ ଥିବା ସହିତ ସେ ତା ପାରିବାରିକ ଜୀବନକୁ ନେଇ ଅସ୍ଥିର ଥିବା ମଧ୍ଯ ସେ କହିଛନ୍ତି।
Powered by Froala Editor