ପଦ୍ମ ପୁରସ୍କାର ଘୋଷଣା : ପ୍ରମୋଦଙ୍କୁ ପଦ୍ମଶ୍ରୀ, ପ୍ରତିଭାଙ୍କୁ ମିଳିବ ପଦ୍ମ ଭୂଷଣ

ପ୍ରଥମ ପାରା ବ୍ୟାଡମିଣ୍ଟନ ଖେଳାଳି ଭାବେ ପାରା ଆଥଲେଟ୍ ପ୍ରମୋଦ ଭଗତଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ । ଏନେଇ ମଙ୍ଗଳବାର କେନ୍ଦର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଗତବର୍ଷ ପ୍ରଥମ ଭାରତୀୟ ଭାବେ ପାରା ଅଲମ୍ପିକ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ଜିତି ଚର୍ଚ୍ଚାକୁ ଆସିଥିଲେ ପ୍ରମୋଦ ଭଗତ । ୨୦୨୧ ଅକ୍ଟୋବରରେ ପ୍ରମୋଦଙ୍କୁ ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ମିଳିଥିଲା । ଏବେ ପ୍ରଥମ ପାରା ବ୍ୟାଡମିଣ୍ଟନ ଆଥଲେଟ୍ ଭାବେ ସେ ପଦ୍ମଶ୍ରୀ ସମ୍ମାନ ପାଇବେ ।
ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବା ଜାଣିବା ପରେ ସେ ଖୁସିବ୍ୟକ୍ତ କରିଛନ୍ତି । ଏହି ସମ୍ମାନ ତାଙ୍କୁ ଆଗକୁ ଆହୁରି ଭଲ ଖେଳିବା ଲାଗି ପ୍ରୋତ୍ସାହନ ଦେବ ବୋଲି କହିଛନ୍ତି ପ୍ରମୋଦ ଭଗତ ।
ଏହା ସହ ଓଡ଼ିଶାର ୬ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବ । ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ପ୍ରତିଭା ରାୟଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ ହେବେ । ସେହିପରି ସମାଜ ସେବା ପାଇଁ ଶ୍ରୀମଦ ବାବା ବଳିଆ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପାଇଁ ଆଦିତ୍ୟ ପ୍ରସାଦ ଦାଶ, କଳା କ୍ଷେତ୍ରରେ ଇଲ୍ଲେଖନୀୟ ଅବଦାନ ପାଇଁ ଶ୍ୟାମାମଣୀ ଦେବୀ, ସାହିତ୍ୟ ଓ ଶିକ୍ଷା ପାଇଁ ନୃସିଂହ ପ୍ରସାଦ ଗୁରୁ, ପ୍ରଶାସନିକ ସେବା ପାଇଁ ଗୁରୁ ପ୍ରସାଦଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବ ।
Powered by Froala Editor