ଭିଜିଲାନ୍ସ ଜାଲରେ ମୁଖ୍ୟ କିରାଣି

ବଲାଙ୍ଗିର: ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ମୁଖ୍ୟ କିରାଣି । ସଫେଇ ଦେଇଛନ୍ତି ତାଙ୍କର କିଛି ଭୁଲ ନାହିଁ ଏହା ଏକ ନରମାଲ ଛାନଭିନ, ହୁଏତ କିଏ ପୂର୍ବ ଶତୃତା କାରଣରୁ ଭିଜିଲାନ୍ସକୁ ଭୁଲ ତଥ୍ୟ ପ୍ରଦାନ କରିଥାଇ ପାରନ୍ତି । ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ମୁଖ୍ୟ କିରାଣି ପ୍ରଫୁଲ୍ଲ କୁମାର ସା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରାଯାଇଛି।
ବଲାଙ୍ଗିର ଗାନ୍ଧୀନଗର ପଡାରେ ଥିବା ଦୁଇ ମହଲା ଘର ଓ ବଲାଙ୍ଗିର ହାଟପଦାପଡାରେ ଦୁଇ ମହଲା ଘରେ ଚାଲିଛି ଚଢାଉ। ଆଗଲପୁର ବିଡିଓ ଅଫିସରେ ମଧ୍ୟ ଚାଲିଛି ଚଢାଉ। ଭିଜିଲାନ୍ସର ତିନୋଟି ଟିମ୍ରେ ସାମିଲ ଅଛନ୍ତି ଦୁଇ ଡିଏସ୍ପି, ୬ ଇନିସ୍ପେକ୍ଟରଙ୍କ ସମେତ ଅନ୍ୟ ଭିଜିଲାନ୍ସ କର୍ମଚାରୀ।
Powered by Froala Editor