ଏପ୍ରିଲରେ ପୌର ଭୋଟ!

ଭୁବନେଶ୍ୱର : ଫେବ୍ରୁଆରି ୨୮ ସୁଦ୍ଧା ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ସରିବ । ଏହା ପରେ ପରେ ରାଜ୍ୟରେ ପୌର ନିର୍ବାଚନ ହୋଇପାରେ । ଆସନ୍ତା ଏପ୍ରିଲ ମାସରେ ପୌର ନିର୍ବାଚନ କରିବାକୁ ରାଜ୍ୟ ସରକାର ଓ ରାଜ୍ୟ ନିର୍ବାଚନ କମିସନର ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ନିର୍ବାଚନ କମିସନର ଜାନୁଆରି ଶେଷ ସୁଦ୍ଧା ପୌରାଞ୍ଚଳରେ ଭୋଟର ତାଲିକା ସଂଶୋଧନ ନେଇ ବିଜ୍ଞପ୍ତି ପ୍ରକାଶ କରିବେ । ଏବେ ସବୁ ପୌରାଞ୍ଚଳରେ ବୁଥ ଚୟନ ପ୍ରକ୍ରିୟା ଚାଲିଥିବା ବେଳେ ଏହାର ତାଲିକା ଦିନେ ଦୁଇ ଭିତରେ ରାଜ୍ୟ ନିର୍ବାଚନ କମିସନଙ୍କୁ ମିଳିବ । ମାର୍ଚ୍ଚ ଶେଷ ସପ୍ତାହରେ ତାରିଖ ଘୋଷଣା ହୋଇପାରେ । ଅପରପକ୍ଷେ ମେୟର ଓ ପୌରାଧ୍ୟକ୍ଷ ପଦବି ପାଇଁ ନଗର ଉନ୍ନୟନ ବିଭାଗ ଯେଉଁ ଚିଠା ସଂରକ୍ଷଣ ତାଲିକା ପ୍ରକାଶ କରିଛି ସେନେଇ ଜାନୁଆରି ୨୬ ସୁଦ୍ଧା ଅଭିଯୋଗ ଓ ପ୍ରସ୍ତାବ ଗ୍ରହଣ କରାଯିବ । ଏହାପରେ ଦିନେ ଦୁଇ ଦିନ ଭିତରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇବ ।
Powered by Froala Editor