ପିଞ୍ଜରାରେ ବନ୍ଦୀ କୋକୋ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଶୁଆ କୋକୋକୁ ସପ୍ତାହେ ହେଲାଣି ପିଞ୍ଜରାରେ ବନ୍ଦୀ କରି ରଖିଛି ବନବିଭାଗ । ଆଇନର ଆଳ ଦେଖାଇ ପାଳନକର୍ତ୍ତୀଙ୍କଠାରୁ ଛଡାଇ ନେଲେ । ଘରେ ପଞ୍ଜୁରୀରେ ରହିପାରିବ ନାହିଁ ବୋଲି କହି ଖୋଦ୍ କିନ୍ତୁ ପିଞ୍ଜରାବଦ୍ଧ କରି ରଖିଦେଲେ । ସପ୍ତାହେ ହୋଇଗଲାଣି ଜବତ୍ ଶୁଆ ‘କୋକୋ’କୁ ଏହିଭଳି ନିଜ ଅକ୍ତିଆରରେ ପିଂଜରାବଦ୍ଧ କରି ରଖିଛି ବନବିଭାଗ । ପାଳିତ ମା’ଙ୍କୁ ଆଇନର ଉଲଂଘନ କଥା କହି ତାଙ୍କଠୁ କୋକୋକୁ ନେଇ ଆସିଥିବାବେଳେ ବନ ବିଭାଗ ଖୋଦ୍ କେଉଁ ପ୍ରକାର ଆଇନ୍ ପାଳନ କରୁଛି ବୋଲି ଏହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଲାଣି । ଯେଉଁ ପକ୍ଷୀ ଘରେ ମୁକ୍ତ ଭାବେ ବିଚରଣ କରୁଥିଲା । ତାକୁ ପିଞ୍ଜରାବଦ୍ଧ କରିବାକୁ ବନ ବିଭାଗ କ୍ଷମତା ପାଇଲା କେଉଁଠୁ ବୋଲି ବନ ବିଭାଗର ଏଭଳି ଅଜବ ନିୟମକୁ ନେଇ ପରିବେଶବିତ୍ ମାନେ ବି ପ୍ରଶ୍ନ କଲେଣି ।
Powered by Froala Editor