୪ସପ୍ତାହ ଘୁଞ୍ଚିଲା କୋଟିଆ ଶୁଣାଣୀ

ଭୁବନେଶ୍ୱର: ଆଜି କୋଟିଆ ପ୍ରସଙ୍ଗକୁ ନେଇ ଆନ୍ଧ୍ରପ୍ରଦେଶ ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟରେ ହେଇଥିବା ଅଦାଲତ ଅବମାନନା ମାମଲାର ଶୁଣାଣି ହୋଇଛି । କୋର୍ଟ ମାମଲାର ଶୁଣାଣିକୁ ଆହୁରି ୪ ସପ୍ତାହ ଘୁଞ୍ଚାଇ ଦେଇଛନ୍ତି । ଆପୋଷ ଆଲୋଚନାରେ ଉଭୟ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ କମିଟି ଆଲୋଚନା ଜାରି ରଖିଛନ୍ତି । ଏ ପର୍ଯ୍ୟନ୍ତ ଆଲୋଚନା କୌଣସି ନିଷ୍କର୍ସରେ ପହଁଚି ପାରିନି ବୋଲି ସୂଚନା ମିଳିଛି ।
ସମାଧାନ ପାଇଁ କମିଟି ସ୍ତରୀୟ ଆଲୋଚନା ଚାଲିଥିବାରୁ କୋର୍ଟ ୪ ସପ୍ତାହ ଶୁଣାଣୀକୁ ଘୁଞ୍ଚାଇ ଦେଇଛନ୍ତି । ମାମଲାର ଶୁଣାଣୀ ପୁର୍ବରୁ ଓଡ଼ିଶା ପକ୍ଷରୁ ଅତିରିକ୍ତ ଦସ୍ତାବିଜ କୋର୍ଟରେ ଦାଖଲ କରାଯାଇଥିଲା । ପୂର୍ବ ଶୁଣାଣୀରେ ଉଭୟ ରାଜ୍ୟ ସରକାର ରାଜନୈତିକ ସ୍ତରରେ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ କୋର୍ଟ ପରାମର୍ଶ ଦେଇଥିଲେ ।
Powered by Froala Editor