ଗଛ ଉପରେ ଭାଲୁ, ନାକେଦମ ବନବିଭାଗ

ଉମରକୋଟ: ଭାଲୁକୁ ନେଇ ନାକେଦମ ହୋଇଛି ବନବିଭାଗ । ୨ଦିନ ହେଲା ଗଛ ଉପରେ ଭାଲୁ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସୁନାବେଡା ପଞ୍ଚାୟତ ନାୟକଗୁଡ଼ା ୟୁଭି ୧୧ ବଙ୍ଗୀୟ ଗାଁରେ ଏକ ନିମ୍ବ ଗଛ ଉପରେ ଭାଲୁଟି ବସି ରହିଛି। ତାକୁ କାବୁ କରିବା ପାଇଁ ସ୍ଥାନୀୟ ଅଧିକାରୀଙ୍କ ସବୁ କୌଶଳ ଫେଲ୍ ମାରିଛି।
ଗଛ ତଳେ ଖାଦ୍ୟ ରଖିବା ପରେ ତଳକୁ ଓହ୍ଲାଉନାହିଁ ଭାଲୁ। ଏପଟେ ଉଦ୍ଧାରରେ ସହାୟତା କରିବା ପାଇଁ ନବରଙ୍ଗପୁରରୁ ଏକ ଟିମ୍ ଆସିଛନ୍ତି। ସେମାନେ ଗଛ ତଳେ ଜାଲ ବିଚାଇ କିମ୍ବା ଆବଶ୍ୟକ ପଡିଲେ ଟ୍ରାଙ୍କୁଲାଇଜ୍ ଦେଇ ଭାଲୁକୁ କାବୁ କରିବେ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ଗାଁ ଭିତରେ ବାଲୁ ଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇ ରହିଛନ୍ତି।
Powered by Froala Editor