ଢେଙ୍କାନାଳ ସିଲିଭ୍ କୋର୍ଟ ସିଲ୍
ଢେଙ୍କାନାଳ: ଏକାଧିକ କୋଭିଡ୍ ପଜିଟିଭ୍ ବାହାରିବା ପରେ ଢେଙ୍କାନାଳ ସିଭିଲ୍ କୋର୍ଟକୁ ସିଲ୍ କରାଯାଇଛି । ୭୨ ଘଣ୍ଟା ପର୍ଯ୍ୟନ୍ତ ଏହାକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛି ପୌର ପ୍ରଶାସନ । କୋର୍ଟ ପରିସରକୁ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଯେଉଁମାନେ ନିୟମ ଉଲ୍ଲଙ୍ଘନ କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହାସହିତ କୋର୍ଟ ପରିସରକୁ ସାନିଟାଇଜ୍ କରାଯାଇଛି । ଢେଙ୍କାନାଳ ସିଲିଭ୍ କୋର୍ଟ ପରିସରରୁ ପର୍ଯ୍ୟାୟ କ୍ରମେ ୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହିତ କିଛି କର୍ମଚାରୀଙ୍କ ଜ୍ୱର ଲାଗି ରହିଛି । ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଯେଉଁମାନଙ୍କ ଲକ୍ଷଣ ରହିଛି ସେମାନେ ତୁରନ୍ତ କୋଭିଡ୍ ପରୀକ୍ଷା କରାଇ ନେବାକୁ ପରାମର୍ଶ ଦିଆଯାଇଛି ।
Powered by Froala Editor