ଗାନ୍ଧୀ ମାର୍ଗରେ ଫୁଲ ଡ୍ରେସ ପରେଡ଼ ଅଭ୍ୟାସ
ଭୁବନେଶ୍ବର: ଆଉ ଗୋଟିଏ ଦିନ ପରେ ସାଧାରଣତନ୍ତ୍ର ଦିବସ । ଏନେଇ ଅନ୍ତିମ ପର୍ୟ୍ୟାୟରେ ପହଞ୍ଚିଛି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି । କୋଭିଡ଼ କଟକଣାରେ ଗାନ୍ଧୀ ମାର୍ଗରେ ସରିଛି ଫୁଲ ଡ୍ରେସ ପରେଡ଼ ଅଭ୍ୟାସ । ପୋଲିସ ଡିଜି ସୁନିଲ୍ ବଂଶଲ ରିହରସଲ ତଦାରଖ କରିଛନ୍ତି । ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ସହ ପରେଡ ପରିଚାଳନା ସମ୍ପର୍କରେ ତଦାରଖ କରିଛନ୍ତି ।
ଚଳିତ ବର୍ଷ ପରେଡ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଯୋଗ ଦେବାକୁ ଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏଥିପାଇଁ ୫ମ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ୨୫ ପ୍ଲାଟୁନ ଫୋର୍ସ, ୭୦ ଜଣ ବରିଷ୍ଠ ପୋଲିସ ଅଧିକାରୀ ନିୟୋଜିତ ରହିବେ। ଟ୍ରାଫିକ ବ୍ୟବସ୍ଥା ଉପରେ ଫୋକସ ଦିଆଯିବା ସହ ସମ୍ପୂର୍ଣ୍ଣ ଗାନ୍ଧୀମାର୍ଗକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ କରାଯିବ ।ସିସିଟିଭି ନଜରରେ ରହିବ ପୁରା ଗାନ୍ଧିମାର୍ଗ । ବନ୍ଧୁକ ଧାରି ପୋଲିସ କର୍ମଚାରୀ ମଧ୍ୟ ନିଯୋଜିତ ରହିବେ । ଅନ୍ୟପଟେ ପରେଡ଼ରେ ଭାଗ ନେଉଥିବା ସମସ୍ତଙ୍କର ଆରଟିପିସିଆର ଟେଷ୍ଟ କରାଯିବ ।
Powered by Froala Editor