ନିରଞ୍ଜନ କୋରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ବର: କୋରୋନା ପଞ୍ଝାରେ ନିରଞ୍ଜନ ପଟ୍ଟନାୟକ । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ଓଡିଶା କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ । ପଜିଟିଭ ଚିହ୍ନଟ ପରେ ଏବେ ଆଇସୋଲେସନରେ ରହିଥିବା ନେଇ ଟ୍ୱିଟ କରି କହିଛନ୍ତି । ଏଥିସହ ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ଟେଷ୍ଟ କରାଇ ନେବାକୁ ପରାମର୍ଶ ଦେଇଛନ୍ତି । ଏହା ସହ ସମସ୍ତଙ୍କୁ କୋରୋନା ନିୟମ ସହ ସାବଧାନ ରହିବାକୁ ଟ୍ବିଟ ଯୋଗେ ଅନୁରୋଧ କରିଛନ୍ତି ନିରଞ୍ଜନ ।
ପ୍ରକାଶ ଥାଉ କି ରାଜ୍ୟରେ ୨୪ ଘଣ୍ଟାରେ ରାଜ୍ୟରେ ୭ ହଜାର ୨୯୧ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୯୫୪ କିଶୋର କିଶୋରୀ ରହିଥିବା ବେଳେ ୪୨୨୬ କ୍ବାରେଣ୍ଟାଇନ ସେଣ୍ଟର ଓ ୩୦୬୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଆଜି ରାଜ୍ୟରେ ୬ କୋରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୨,୨୧, ୬୦୮ରେ ପହଞ୍ଚିଛି ।
Powered by Froala Editor