ବରଯାତ୍ରୀ ଦଳକୁ ୨୦ ହଜାର ଜରିମାନା, ଡିଜେ ଜବତ
ସମ୍ବଲପୁର: କରୋନା ସଂକ୍ରମଣକୁ ପ୍ରତିହିତ କରିବା ପାଇଁ ସରକାର ଏବେ ଜନସମାବେଶ କାର୍ଯ୍ୟକ୍ରମଗୁଡିକ ଉପରେ ବ୍ୟାପକ କଟକଣା ଜାରି କରିଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିବାହ କାର୍ଯ୍ୟକ୍ରମରେ ଅତି ବେଶୀରେ ୧୦୦ ଜଣ ଏବଂ ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର, ଶୁଦ୍ଧିକ୍ରିୟା କାର୍ଯ୍ୟକ୍ରମରେ ୫୦ ଜଣ ଏବଂ ବିବାହ ଶୋଭାଯାତ୍ରା ନିମନ୍ତେ ୩୦ ଜଣ ବ୍ୟକ୍ତି ସାମିଲ ହେବାର ଅନୁମତି କୋଭିଡ ନିୟମର କଡା ପାଳନ ସହିତ ପ୍ରଦାନ କରୁଛନ୍ତି। କିନ୍ତୁ ଟାଉନ ଥାନା ଅର୍ନ୍ତଗତ ବାଲିବନ୍ଧା ଅଞ୍ଚଳରେ ଏକ ବିବାହ ଶୋଭାଯାତ୍ରାରେ କୋଭିଡ – ୧୯ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ପୁଲିସ ନିକଟରେ ହୋଇଥିଲା। ଏଣୁ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଂଚି ବିବାହ ଶୋଭାଯାତ୍ରାକୁ ବନ୍ଦ କରିବା ସହିତ ଡିଜେ ଏବଂ ବରଯାତ୍ରୀ ଦଳକୁ ଟାଉନ ଥାନାକୁ ନେଇ ଯାଇଥିଲା। ଥାନାରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ସରୋଜା ବେହେରା ଏଥି ପାଇଁ ୨୦ ହଜାର ଟଙ୍କାର ଜୋରିମାନା ଆଦାୟ କରିଛନ୍ତି। ଏହା ସହିତ ଟାଉନ ଥାନା ଅଧିକାରୀ ଶୋଭାଯାତ୍ରାରେ ବ୍ୟବହୃତ ହେଉଥିବା ଡିଜେ (ଆଲୋକ ଓ ଶବ୍ଦ ବ୍ୟବସ୍ଥା) କୁ ଜବତ କରିଛନ୍ତି।
Powered by Froala Editor