ବାଇଗଣ ପିକଅପ ଭ୍ୟାନ ଅପହରଣ ଅଭିଯୋଗ
ବେଗୁନିଆ: ବେଗୁନିଆ ଥାନା ଧଳାପଥର ଫାଣ୍ଡି ଅନ୍ତର୍ଗତ ବଜାରରେ ଥିବା ଡାକଘର ନିକଟରୁ ପିକଅପ ଭ୍ୟାନ ଅପହରଣ ଅଭିଯୋଗ । ଗତକାଲି ୩ ଜଣ ଯୁବକ ଏକ ବାଇକରେ ଆସି ଗୋଟିଏ ବାଇଗଣ ବୋଝେଇ ପିକଅପ ଭ୍ୟାନକୁ ନେଇଯାଇଥିବା ଅଭିଯୋଗ ହୋଇଛି । ଦଶପଲ୍ଲାରୁ ବିପିନବିହାରି ବେହେରାଙ୍କର ଓଡି-୨୫୫୯୩୪ ପିକଅପ ଭ୍ୟାନରେ ବାଇଗଣ ବୋଝେଇ କରି ଧଳାପଥର ଆସୁଥିବା ବେଳେ ଦୁର୍ବୃତ୍ତ ମାନେ ଅପହରଣ କରିନେଇଛନ୍ତି । ଏକ ବାଇକରେ ୩ ଜଣ ଯୁବକ ଉକ୍ତ ଗାଡିକୁ ପିଛା କରି ସମ୍ପୃକ୍ତ ସ୍ଥାନରୁ ଚାଳକଙ୍କୁ ମାଡ଼ ମାରିବାର ଭୟ ଦେଖାଇ ପିକଅପ ଭ୍ୟାନ ଛଡ଼ାଇ ନେଇଛନ୍ତି । ଏ ସଂକ୍ରାନ୍ତରେ ଗାଡି ମାଲିକ ମୋକଦମା କରିବା ପରେ ପୋଲିସ ବିଭିନ୍ନ ସ୍ଥାନରେ ଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି । ଏଯାଏ ପିକଅପ ଭ୍ୟାନଟିର କୌଣସି ଖବର ମିଳିନାହିଁ ।
Powered by Froala Editor