ରାଜ୍ୟରେ ଆଉ ୮ହଜାର ୫୨୦କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୮ହଜାର ୫୨୦କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୪,୯୪୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ୩,୫୭୯ ଜଣ ଚିହ୍ନଟ ହୋଇଛନ୍ତି । ଜନ୍ମରୁ ୧୮ ବର୍ଷ ମଧ୍ୟରେ ଚିହ୍ନଟ ହୋଇଛନ୍ତି ୯୩୭ ପଜିଟିଭ୍ । ଖୋର୍ଦ୍ଧାରୁ ସର୍ବାଧିକ ୨,୨୬୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୪୨, ବାଲେଶ୍ୱର ୩୪୬, ବରଗଡ ୧୪୧, ଭଦ୍ରକ ୧୧୨, ବଲାଙ୍ଗିର ୨୧୭, ବୌଦ୍ଧ ୮୬, କଟକ ୭୮୬, ଦେବଗଡ ୭୫, ଢେଙ୍କାନାଳ ୯୦, ଗଜପତିରୁ ୯୮ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ୮୮, ଜଗତସିଂହପୁର ୧୬୫, ଯାଜପୁର ୨୫୩, ଝାରସୁଗୁଡା ୧୧୮, କଳାହାଣ୍ଡି ୨୨୬, କନ୍ଧମାଳ ୧୦୦, କେନ୍ଦ୍ରାପଡା ୧୩୪, କେନ୍ଦୁଝରରେ ୧୨୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ କୋରାପୁଟ ୧୫୭, ମାଲକାନଗିରି ୫୮, ମୟୁରଭଞ୍ଜ ୧୮୦, ନବରଙ୍ଗପୁର ୧୯୨, ନୟାଗଡ ୨୧୬, ନୂଆପଡା ୧୯୯, ପୁରୀ ୧୪୯, ରାୟଗଡା ୧୮୭, ସମ୍ବଲପୁର ୧୨୭, ସୋନପୁର ୮୯, ସୁନ୍ଦରଗଡ ୯୩୨ ଷ୍ଟେଟପୁଲରୁ ୪୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୧୧,୩୪୪ ଆକ୍ରାନ୍ତ । ଆଜିର ସୁସ୍ଥତାକୁ ମିଶାଇ ରାଜ୍ୟରେ ଏଯାଏ ମୋଟ୍ ସୁସ୍ଥ ହେଲେଣି ୧୧ଲକ୍ଷ ୧୦ହଜାର ୭୬୭ ଜଣ ଆକ୍ରାନ୍ତ । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୪ହଜାର ୬୬୦କୁ ବୃଦ୍ଧି ପାଇଥିବା ବେଳେ, ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୮୫ହଜାର ୩୨୦ ଜଣ ।ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Powered by Froala Editor