ଜଗତପୁରରେ ପୁଣି ଚଢ଼ଉ : ଜବତ ହେଲା ଅପମିଶ୍ରିତ ସାମଗ୍ରୀ
କଟକ ଜଗତପୁରରୁ ପୁଣି ଅପମିଶ୍ରିତ ସାମଗ୍ରୀ ଜବତ ହୋଇଛି । ଫୁଡ ସ୍କ୍ବାର୍ଡ ଓ ପୁଲିସ ଅତର୍କିତ ଚଢ଼ଉ କରି ବିପୁଳ ପରିମାଣରେ ଲଙ୍କା ଗୁଣ୍ଡ, ହଳଦି ଗୁଣ୍ଡ ଓ ମସଲା ଜବତ କରିଛନ୍ତି। ଚଢ଼ଉ ସମୟରେ ଟିମ୍ ପ୍ୟାକିଙ୍ଗ୍ ସାମଗ୍ରୀ, ଯନ୍ତ୍ରାଂଶ ଓ ଲେବେଲ ଆଦି ଜବତ ହୋଇଛି । ବେଆଇନ ଭାବେ ଅପମିଶ୍ରିତ କରାଯାଉଥିବାରୁ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଆଗରୁ କଟକ ଓ ଜଗତପୁରରୁ ଅପମିଶ୍ରିତ ଘିଅ, ଟମାଟୋ, ଚିଲି ସସ୍, ମସଲା, ହଳଦୀ, ପନିର, ଗୁଟୁଖା ଆଦି ଚଢ଼ଉ ସମୟରେ ଜବତ ହୋଇଛି।
ଏକ ମାସ ପୂର୍ବରୁ ଜଗତପୁର ଏକ୍ସିସ୍ ବ୍ୟାଙ୍କ ସାମ୍ନାରେ ନକଲି ସିମେଣ୍ଟ କାରଖାନା ଉପରେ ଚଢ଼ଉ ହୋଇଥିଲା। ପୁଲିସ ଚଢ଼ଉ ସମୟରେ ମେସିନ୍ ସମେତ ବିପୁଳ ପରିମାଣର ସିମେଣ୍ଟ, ନାମଦାମୀ କମ୍ପାନିର ପ୍ୟାକିଂଗ୍ ବ୍ୟାଗ ଜବତ କରିଥିଲା।
Powered by Froala Editor