ଭୋଜି ଖାଇ ଫେରୁଥିଲେ, ଧକ୍କା ଦେଲା ଟ୍ରକ, ଚାଲିଗଲା ୫ଜୀବନ

ସୁବର୍ଣ୍ଣପୁର: ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ନିମ୍ନା ଗାଁରୁ ବିନିକାର କଉଡିଆମୁଣ୍ଡାକୁ ଯାଇଥିଲେ ବରଯାତ୍ରୀ । ସେଠାରେ ବିବାହ ଉସôବରେ ଯୋଗ ଦେଇ ବିଳମ୍ବିତ ରାତିରେ ଏକ ବୋଲେରୋରେ ୧୦ ବରଯାତ୍ରୀ ଫେରୁଥିଲେ । ମାତ୍ର ମହାନଦୀ ସେତୁ ଉପରେ ସାମ୍ନା ପଟୁ ଆସୁଥିବା ଏକ ଧାନ ବୋଝେଇ ଟ୍ରକ ସହ ଗାଡିଟିର ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ୫ ବୋଲେରୋ ଯାତ୍ରୀଙ୍କ ମୃତୁ୍ୟ ହୋଇଛି । ଗାଡିରେ ଥିବା ଅନ୍ୟ ୫ ଗୁରୁତରଙ୍କୁ ଗ୍ୟାସ୍ କଟରରେ କାଟି ବାହର କରାଯାଇଛି ।
କିନ୍ତୁ ଅବସ୍ଥା ସଂକଟାପନ୍ନ ଥିବାରୁ ପ୍ରାଥମିକ ଚିକିସôା ପରେ ବୁର୍ଲା ମେଡିକାଲ ସ୍ତାନାନ୍ତର କରାଯାଇଛି । ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୩ ଜଣ ଥିବା ବେଳେ ଅନ୍ୟ ଏକ ପରିବାରର କକା- ପୁତୁରା ଥିବା ଜଣାଯାଇଛି । ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ସୋନପୁର ପୁଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।
Powered by Froala Editor