ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ନବୀନ ଏକ ନମ୍ବର
ଭୁବନେଶ୍ୱର: ଏକ ସର୍ଭେରେ, ବର୍ତ୍ତମାନ ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟକୁ କେତେ ପ୍ରଶଂସା କରାଯାଉଛି, ତାହା ଜାଣିବାକୁ ଚେଷ୍ଟା କରାଯାଇଛି । ସର୍ବେକ୍ଷଣ ଅନୁଯାୟୀ, ୟୁପିରେ ୪୯ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କାର୍ଯ୍ୟରେ ଅତ୍ୟନ୍ତ ସନ୍ତୁଷ୍ଟ ଅଛନ୍ତି ।
ନିକଟରେ ଉତ୍ତରପ୍ରଦେଶରେ ନିର୍ବାଚନର ତାରିଖ ଘୋଷଣା କରାଯାଇଛି । ୟୁପିର ସମସ୍ତ ରାଜନୈତିକ ଦଳ ମଧ୍ୟ ରଣନୀତି ତିଆରି କରୁଛନ୍ତି । ନିକଟରେ ବିଜେପି ଘୋଷଣା କରିଛି ଯେ, ରାଜ୍ୟର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଅଦିତ୍ୟନାଥ ଗୋରଖପୁର ଆସନରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି ।
ହୋଇଥିବା ସର୍ଭେରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିବାକୁ ଉଦ୍ୟମ କରାଯାଇଥିଲା । ଏହି ତାଲିକାରେ ଥିବା ସଂଖ୍ୟାଗୁଡିକ ଆକର୍ଷଣୀୟ ଅଟେ । ଜନସାଧାରଣଙ୍କ ଦ୍ୱାରା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଧିକ ପସନ୍ଦ କରାଯାଇଛି । ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀ ପାଇଁ ୬୦ପ୍ରତିଶତ ଲୋକ ତାଙ୍କୁ ଅତ୍ୟନ୍ତ ସନ୍ତୁଷ୍ଟ ଶ୍ରେଶୀରେ ରଖିଥିବାବେଳେ ୨୫ପ୍ରତିଶତ ଲୋକ ତାଙ୍କୁ ସନ୍ତୁଷ୍ଟ ମାନ୍ୟତା ଦେଇଛନ୍ତି । ଏହା ସହିତ ମମତା ବାନାର୍ଜୀ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ । ଲୋକମାନେ ମମତା ବାନାର୍ଜୀଙ୍କୁ ଦ୍ୱିତୀୟ ସ୍ଥାନରେ ରଖିଛନ୍ତି । ୪୯ପ୍ରତିଶତ ଲୋକେ ତାଙ୍କୁ ଅତ୍ୟନ୍ତ ସନ୍ତୁଷ୍ଟ ଶ୍ରେଣୀରେ ରଖିଥିବାବେଳେ ୩୬ପ୍ରତିଶତ ଲୋକ ତାଙ୍କୁ ସନ୍ତୁଷ୍ଟ ବର୍ଗରେ ରଖିଛନ୍ତି ।
Powered by Froala Editor