ମଶାଣିରୁ ଫେରିଥିବା ଶିଶୁ ଆଖି ବୁଜିଲା

କରଞ୍ଜିଆ: ଗତକାଲି ନବଜାତ ଶିଶୁପୁତ୍ରକୁ ଡାକ୍ତର ମୁକ୍ତ ଘୋଷଣା କରିଥିଲେ । ଏହାପରେ ପରିବାର ଲୋକେ ଶିଶୁର ମୃତ ଦେହ ସକôାର ପାଇଁ ମଶାଣିକୁ ନେଇ ଗାତ ଖୋଳିଥିଲେ । ତେବେ ସେହି ସମୟରେ ଶିଶୁଟି ହଠାତ୍ କାନ୍ଦି ଉଠିବାରୁ, ସେ ଜୀବିତ ଥିବା ଜାଣି ପୁଣି ଡାକ୍ତରଖାନା ନେଇଥିଲେ । ପିଲା ବଂଚିବା ଆଶାରେ ବାପା ମାଆ ବେଶ୍ ଖୁସି ଥିଲେ । କିନ୍ତୁ ବିଧିର ବିଧାନ ଥିଲା ଭିନ୍ନ । ଆଉ ମାତ୍ର କିଛି ଘଣ୍ଟା ଥିଲା ଶିଶୁର ଆୟୁଷ ।
ଆଇସିୟୁରେ ଭର୍ତ୍ତି ହୋଇଥିବା ନବଜାତ ଶିଶୁପୁତ୍ରକୁ ବଂଚାଇବାକୁ ଡାକ୍ତରଙ୍କ ଚେଷ୍ଟା ବିଫଳ ହୋଇଥିଲା । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡ ଚିକିସôାଳୟର ଶିଶୁ ରୋଗ ବିଶେଷଜ୍ଞ ଡା. କ୍ଷିରେନ୍ଦ୍ର ନାଥପତି ଶିଶୁଟିକୁ ମୃତ ଘୋଷଣା କରିଛନ୍ତି । ଶିଶୁଟି କମ୍ ଓଜନର ହୋଇଥିବା ମୃତୁ୍ୟର କାରଣ ବୋଲି ଡାକ୍ତର କହିଛନ୍ତି । ପରିବାର ଲୋକେ ଡାକ୍ତର ଖାନା କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଶିଶୁଟିର ମୃତୁ୍ୟ ହୋଇଥିବା ବିଷୟରେ କରଞ୍ଜିଆ ଥାନାରେ ଆଜି ଲିଖିତ ଅଭିଯୋଗ କରିଛନ୍ତି । ଚିକିସôାଳୟ ଯାଇ ତଦନ୍ତ କରିବେ ଓ ଦୋଷୀ ନିଶ୍ଚିନ୍ତ ଭାବରେ ଦଣ୍ଡ ପାଇବ ବୋଲି ପୋଲିସ୍ ଅଭିଯୋଗକାରୀଙ୍କୁ କହିଛି ।
Powered by Froala Editor