ବଢ଼ିଲାଣି ଶୀତ, ହାଡଭଙ୍ଗା ଜାଡରେ ଥରୁଛି ଓଡିଶା
ଭୁବେନେଶ୍ୱର: ଖସୁଛି ପାରଦ ବଢୁଛି ଶୀତ । ହାଡଭଙ୍ଗା ଜାଡରେ ଥରୁଛି ଓଡିଶା । ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ଛୁଇଁଲା । ବାଲିଗୁଡା ସମେତ ଦାରିଙ୍ଗବାଡି,କେ.ନୁଆଗାଁ, ବେଲଘର, ତୁମୁଡ଼ିବନ୍ଧ, କୋଟଗଡ଼ ଅଞ୍ଚଳରେ ବଢ଼ିଲାଣି ଶୀତ ।
ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ସେଲିସିୟସ ରହିଥିବା ବେଳେ ସଞ୍ଜ ନଇଁଲେ ଉପାନ୍ତ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଇଛି । ସକାଳ ପ୍ରାୟ ୯ଟା ଯାଏଁ ଘନ କୁହୁଡ଼ିର ପ୍ରଭାବ ସାରା ଅଂଚଳରେ ଦେଖିବାକୁ ମିଳୁଛି ।
ଅନ୍ୟପକ୍ଷରେ ପଶ୍ଚିମା ଝଡ ପ୍ରଭାବରେ ଆଜିଠୁ ରାଜ୍ୟରେ ବର୍ଷାର ସମ୍ଭାବନା । ୨୪ ତାରିଖ ଯାଏଁ ରାଜ୍ୟର କେତେକ ସ୍ଥାନରେ ବର୍ଷା ସହ ଘଡଘଡି ହେବାର ସମ୍ଭାବନା ରହିଛି । ଉପକୂଳ ଓଡିଶା ସମେତ କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି ।
Powered by Froala Editor