ଆଜି ରାଜ୍ୟରେ ୯ହଜାର ୮୩୩କରୋନା ପଜିଟିଭ୍, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
ଭୁବନେଶ୍ୱର: ଆଜି ରାଜ୍ୟରେ ଟିକେ କମିଛି କରୋନା ସଂକ୍ରମଣ । ଗତକାଲି ରାଜ୍ୟରେ ୧୦ହଜାର ଉପରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଆଜି ରାଜ୍ୟରେ ୯ହଜାର ୮୩୩କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୫୬୯୯ଜଣ ରହିଥିବାବେଳେ ୪୧୩୪ ସ୍ଥାନୀୟ ସଂକ୍ରମଣ ରହିଛି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୮ବର୍ଷରୁ କମ୍ ୯୭୨ଜଣ ଛୁଆ ଅଛନ୍ତି । ଯାହା ଚିନ୍ତାର କାରଣ ପାଲଟିଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଖୋର୍ଦ୍ଧାରୁ ସର୍ବାଧିକ ୨ହଜାର ୯୪୬, ଅନୁଗୁଳରୁ ୧୧୪ ଜଣ, ବାଲେଶ୍ୱରରୁ ୨୮୬ ଜଣ, ବରଗଡ଼ରୁ ୧୭୨ ଜଣ, ଭଦ୍ରକରୁ ୧୨୯ ଜଣ, ବଲାଙ୍ଗୀରରୁ ୨୮୮ ଜଣ, ବୌଦ୍ଧ ଜିଲ୍ଲାରୁ ୧୨୦, କଟକରୁ ୭୭୪ ଜଣ, ଦେବଗଡ଼ରୁ ୪୭ ଜଣ, ଢେଙ୍କାନାଳରୁ ୯୫ ଜଣ, ଗଜପତିରୁ ୮୮, ଗଞ୍ଜାମରୁ ୬୯ ଜଣ, ଜଗତସିଂହପୁରରୁ ୧୫୨ ଜଣ, ଯାଜପୁରରୁ ୨୫୬ ଜଣ, ଝାରସୁଗୁଡ଼ାରୁ ୧୬୮ ଜଣ, କଳାହାଣ୍ଡିରୁ ୧୭୧ ଜଣ, କନ୍ଧମାଳରୁ ୯୧ ଜଣ, କେନ୍ଦ୍ରାପଡ଼ାରୁ ୯୯ ଜଣ, କେଉଁଝରରୁ ୧୬୮ ଜଣ, କୋରାପୁଟରୁ ୧୭୪ ଜଣ, ମାଲକାନଗିରିରୁ ୫୬ ଜଣ, ମୟୁରଭଞ୍ଜରୁ ୨୯୫ ଜଣ, ନବରଙ୍ଗପୁରରୁ ୧୫୬, ନୟାଗଡ଼ରୁ ୨୯୨ ଜଣ, ନୂଆପଡ଼ାରୁ ୧୭୩ ଜଣ, ପୁରୀରୁ ୧୪୬ ଜଣ, ରାୟଗଡ଼ାରୁ ୨୭୪ ଜଣ, ସମ୍ୱଲପୁରରୁ ୨୦୬ ଜଣ, ସୋନପୁରରୁ ୧୧୭, ସୁନ୍ଦରଗଡ଼ରୁ ୧୧୩୪ ଜଣ ଓ ଷ୍ଟେଟ ପୁଲରୁ ୫୭୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ସୁଦ୍ଧା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ଲକ୍ଷ ୮୭ହଜାର ୨୯୫କୁ ବୃଦ୍ଧି ପାଇଛି ।
Powered by Froala Editor