ବ୍ରହ୍ମୋସର ସଫଳ ପରୀକ୍ଷଣ, ବ୍ୟବହୃତ ହୋଇଛି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ମାନିକ୍ ଇଞ୍ଜିନ
ବାଲେଶ୍ୱର ଚାନ୍ଦିପୁର ଆଇଟିସିଏମ୍ କ୍ଷେପଣାସ୍ତ୍ର ଘାଟିରୁ ବ୍ରହ୍ମୋସ ମିସାଇଲ୍ ର ସଫଳ ହୋଇଛି ପରୀକ୍ଷଣ ହୋଇଛି । ପୂର୍ବାହ୍ନ ୧୦ ଟା ୩୫ ମିନିଟରେ ୩ ନମ୍ବର ଲଞ୍ଚପ୍ୟାଡରୁ ପରୀକ୍ଷଣ ହୋଇଥିଲା । ତେବେ ପରୀକ୍ଷା ସମୟରେ ଖଞ୍ଜା ଯାଇଥିବା ରାଡାରରୁ ମିଳିଥିବା ତଥ୍ୟକୁ ପ୍ରତିରକ୍ଷା ବିଭାଗର ବୈଜ୍ଞାନିକମାନେ ସମୀକ୍ଷା କରୁଛନ୍ତି ।
ପରୀକ୍ଷା ହୋଇଥିବା କ୍ଷେପଣାସ୍ତ୍ରରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ମାନିକ୍ ଇଞ୍ଜିନକୁ ବ୍ୟବହାର କରାଯାଇଛି । ଏହି ଇଞ୍ଜିନ୍ ପୂର୍ବ ଇଞ୍ଜିନ୍ ଅପେକ୍ଷା ଅଧିକ ହାଲୁକା ଥିବାବେଳେ, ଏହାର ବେଗ ମଧ୍ୟ ଅଧିକ ବୋଲି କୁହାଯାଉଛି । ଭାରତ ଡାଏନାମିକ୍ ଲିମିଟେଡ ଦ୍ୱାରା ନିର୍ମିତ ITCMର ଓଜନ ୧୫୦୦ କିଲୋଗ୍ରାମ ଥିବାବେଳେ, ଲମ୍ବ ୬ ମିଟର ଓ ମୋଟେଇ ୦.୫୨ ମିଟର ରହିଛି । ଏହି ମିଜାଇଲରେ ୨୦୦ରୁ ୩୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ପାରମ୍ପାରିକ ଓ ଆଣବିକ ଯୁଦ୍ଧାସ୍ତ୍ର ସହିତ ୧ ହଜାର କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ । ବ୍ରହ୍ମୋସର ସଫଳ ପରୀକ୍ଷଣ ପରେ ଏହା ବାୟୁସେନାର ଶକ୍ତିକୁ ଆହୁରୀ ମଜ୍ବୁତ୍ କରିବ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି ।
Powered by Froala Editor