କୁକୁରକୁ ଗୁଳି କଲା ମଣିଷ, କାରଣ ଜାଣିଲେ ହେବେ ଚକିତ

ଭୁବନେଶ୍ୱର: ମଣିଷ ନା ଏ ରାକ୍ଷାସ, ଦେଶରେ ତଥା ରାଜ୍ୟରେ ବଢ଼ିବାରେ ଲାଗିଛି ହତିଆର କାରବାର ଓ ବେନାମି ହତିଆର ରଖି ମନମୁଖୀ ଶାସନ ଚଳାଉଛନ୍ତି ଦୁବୃତ୍ତ । ମଣିଷ ତ ମଣିଷ ଜୀବଜନ୍ତୁ ଶିକାରର ମଧ୍ୟ କଳନା ରହୁନାହିଁ, ଯେପରି ମଣିଷତ୍ୱ ହଜିଯାଇଛି ଏ ସମାଜରେ । ସେହିପରି ଭାବରେ ଦେଖିବାକୁ ମିଳିଛି ମଣିଷର ଅନ୍ୟ ଏକ ବିଭସô କାଣ୍ଡ । ଏୟାରଗନରେ ୨ଟି କୁକୁରକୁ ଗୁଳି! ଗୋଟିଏ କୁକୁରର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଟି ଗୁରୁତର । ସୂଚନା ଅନୁଯାୟୀ, କୁକୁଡ଼ା ଖାଇଦେବାରୁ ଜଣେ ବ୍ୟବସାୟୀ ବୁଧବାର ଦିନ ଏଭଳି ଅମାନବୀୟ କାଣ୍ଡ ଘଟାଇଛନ୍ତି। ଖବର ପାଇ ଏକ ସ୍ବେଚ୍ଛାସେବୀ ସଂସ୍ଥା ଘଟଣାସ୍ଥଳରେ ପହଞ୍ଚି କୁକୁର ୨ଟିକୁ ଉଦ୍ଧାର କରି ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଇଥିଲା। ହେଲେ ଗୋଟିଏ କୁକୁରର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଟିକୁ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ରହିଛି। ଏନେଇ ଗତକାଲି ସ୍ବେଚ୍ଛାସେବୀ ସଂସ୍ଥା ସେବା ହିଁ ସଂକଳ୍ପ ପକ୍ଷରୁ କୁକୁରକୁ ଗୁଳି ମାରିଥିବା ଅଭିଯୁକ୍ତ ବିରୋଧରେ ଖଣ୍ଡଗିରି ଥାନାରେ ଅଭିଯୋଗ କରାଯାଇଛି।
ଯାହା ଜଣାପଡିଛି, ଜାଗମରା ଅଞ୍ଚଳର କିତାବ ପଟ୍ଟନାୟକ ଓରଫ ବାବୁନାଙ୍କ ଦେଶୀ କୁକୁଡ଼ାକୁ ୨ଟି କୁକୁର ଝାମ୍ପି ନେଇଥିଲେ। ଏହା ଦେଖି ବାବୁନା ଘରୁ ଏକ ଏୟାରଗନ୍ ଆଣି କୁକୁର ୨ଟିକୁ ଗୁଳି କରିଥିଲେ। ଗୋଟିଏ କୁକୁରର ଛାତିରେ ଗୁଳି ବାଜିବାରୁ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଅନ୍ୟଟି ସେଠାରୁ ଦୌଡ଼ି ପଳାଇବା ସମୟରେ ତାକୁ ମଧ୍ୟ ଗୋଡ଼ାଇ ଗୋଡ଼ାଇ ଗୁଳି କରିଥିଲା। ମାତ୍ର ତା ପିଠି ପଟରେ ବାଜିବାରୁ ସୌଭାଗ୍ୟବଶତଃ ସେ ବଞ୍ଚି ଯାଇଥିଲା।
ଥାନାରେ ଅଭିଯୋଗ ହେବା ପରେ ବାବୁନା ଘର ଛାଡ଼ି ଫେରାର୍ ହୋଇଥିବାବେଳେ ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Powered by Froala Editor